ରାଜ୍ୟରେ ତଳକୁ ଖସୁଛି କରୋନା ଆକ୍ରାନ୍ତ ସଂଖ୍ୟା : ୨୪ ଘଂଟାରେ ୧୫ଶହ ୪୦ ନୂଆ ପଜିଟିଭ, ୧୨ ମୃତ

266

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଆଜି ୧୫୪୦ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ୧୫୪୦ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୮୬ ଓ ସ୍ଥାନୀୟ ଅଞ୍ଚଳରୁ ୬୫୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୦୮ , କଟକରୁ ୯୯, ଅନୁଗୁଳ ୧୦୦, ବାଲେଶ୍ୱର ୯୨, ବରଗଡ ୪୧, ଭଦ୍ରକ ୯, ବଲାଙ୍ଗୀର ୬୭, ବୌଦ୍ଧ ୩, ଦେଓଗଡ ୭, ଢେଙ୍କାନାଳ ୨୪, ଗଜପତି ୫, ଗଞ୍ଜାମ ୨୯, ଜଗତସିଂହପୁରୁ ୭୮ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ୨୨, ଝାରସୁଗୁଡା ୪୨, କଳାହାଣ୍ଡି ୪୭, କନ୍ଧମାଳ ୧୪, କେନ୍ଦ୍ରାପଡା ୬୨, କେନ୍ଦୁଝର ୩୮,କୋରାପୁଟ ୨୬, ମାଲକାନଗିରି ୪୨, ମୟୂରଭଞ୍ଜ ୯୧, ନବରଙ୍ଗପୁର ୪୩, ନୟାଗଡ ୩୩, ନୂଆପଡା ୫୧, ପୁରୀ ୪୯, ରାୟଗଡା ୧୦, ସମ୍ବଲପୁର ୩୨, ସୋନପୁର ୨୯, ସୁନ୍ଦରଗଡ ୧୧୧,ଷ୍ଟେଟ ପୋଲରୁ ୩୬ ଚିହ୍ନଟ ।

ସେହିପରି ଗତ ୨୪ ଘଂଟାରେ ରାଜ୍ୟରେ ୧୨ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଭୁବନେଶ୍ୱର, ଝାରସୁଗୁଡା ଓ ନୂଆ ପଡାରୁ ୨ ଜଣ ଲେଖାଏଁ, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସଂବଲପୁର, କଟକ ଓ ଗଂଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ୧୨ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୨ ଶହ ୮୪କୁ ବୃଦ୍ଧି ହୋଇଛି ।