ରାଜ୍ୟରେ ୩ ଲକ୍ଷ ‌ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା : ଆଜି ୧୩୭୨ ପଜିଟିଭ ଚିହ୍ନଟ, ୧୭ମୃତ; ସଙ୍ଗରୋଧରୁ ୭୯୬ ଓ ସ୍ଥାନୀୟ ଅଞ୍ଚଳରୁ ୫୭୬

228

କନକ ବ୍ୟୁରୋ : ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩ ଲକ୍ଷ । ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ପୂଆ ପଜିଟିଭ ସଂଖ୍ୟା କମୁଛି । କମ୍ ସଂଖ୍ୟକ କରୋନା ଚିହ୍ନଟ ହେଉଥିଲେ ମଧ୍ୟ ଆଜି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୪୦ରେ ପହଂଚିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୩ ଶହ ୭୨ ନୂଆ ମାମଲା ଚିଂହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୯୬ ଜଣ ସଂଗରୋଧରୁ ଥିବା ବେଳେ ୫୭୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧, ବରଗଡ଼ରୁ ୪୦, ଭଦ୍ରକରୁ ୩୧, ବଲାଙ୍ଗୀରରୁ ୪୦, ବୌଦ୍ଧରୁ ୨, କଟକରୁ ୧୨୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୪, ଗଞ୍ଜାମରୁ ୨୧, ଜଗତ୍‌ସିଂହପୁରରୁ ୭୦, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୩୩, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୬୫, କେନ୍ଦୁଝରରୁ ୪୦, ଖୋର୍ଦ୍ଧାରୁ ୧୪୫, କୋରାପୁଟରୁ ୨୦, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୭୮,  ନବରଙ୍ଗପୁରରୁ ୨୬, ନୟ‌ାଗଡ଼ରୁ ୩୨, ନୂଆପଡ଼ାରୁ ୧୦୮, ପୁରୀରୁ ୫୩, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୩୭, ସୋନପୁରରୁ ୧୯, ସୁନ୍ଦରଗଡ଼ରୁ ୯୬ ଓ ଷ୍ଟେଟ୍‌ ପୁଲ୍‌ରୁ ୩୦ ଚିହ୍ନଟ ହୋଇଛନ୍ତି ।

କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୧୦କୁ ବୃଦ୍ଧି ହୋଇଛି । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।୧୭ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ କଟକ, ମୟୁରଭଞ୍ଜ, ସମ୍ବଲପୁର, ବରଗଡ଼, ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।