ପ୍ରତିବର୍ଷ ବଢୁଛି ୧୦ ଲକ୍ଷ କର୍କଟ ରୋଗୀଙ୍କ ସଂଖ୍ୟା: ରୋଗ ନିରୂପଣରେ ବିଳମ୍ବ ଯୋଗୁଁ ପ୍ରାଣ ହରାଉଛନ୍ତି ୭ ଲକ୍ଷ ରୋଗୀ

175

କନକ ବ୍ୟୁରୋ: କ୍ୟାନ୍ସର । ଏକବିଂଶ ଶତାବ୍ଦୀରେ ବି ଏହି ରୋଗ ହୋଇଥିବା ଜାଣିଲେ, ମନରେ ଛନକା ପଶିଯାଏ । କ୍ୟାନ୍ସର ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଅନେକଙ୍କ ଧାରଣା । କିନ୍ତୁ ବେଳ ଥାଉ ଥାଉ ରୋଗର ଚିହ୍ନଟ ହୋଇଗଲେ ଅମୂଲ୍ୟ ଜୀବନ ବଂଚିପାରେ ବୋଲି କୁହନ୍ତି କର୍କଟ ରୋଗ ବିଶେଷଜ୍ଞ ।

କର୍କଟ ରୋଗର ଶୀଘ୍ର ଚିହ୍ନଟ ହେଲେ, ରୋଗମୁକ୍ତ ହୋଇପାରିବା ସମ୍ଭାବନା ଅଧିକ । ଅନେକ କର୍କଟ ରୋଗ ସମ୍ବଦ୍ଧରେ ପୂର୍ବରୁ ମଧ୍ୟ ଜାଣିବା ସମ୍ଭବ ।
ପ୍ରାରମ୍ଭିକ ଲକ୍ଷଣ ଦେଖି ସ୍ତନ କର୍କଟ ଚିହ୍ନଟ କରିପାରିବେ ମହିଳା
ମୁଖ ଗହ୍ୱର କର୍କଟ ହୋଇଥିଲେ ପ୍ରଥମରୁ ସଚେତନ ହୋଇପାରିବେ ରୋଗୀ

ମେଡିକାଲ ଜର୍ନାଲ ଲାନସେଟ୍ ଅନୁଯାୟୀ ରୋଗ ନିରୁପଣ ଅଭାବରୁ ଭାରତରେ ପ୍ରତିବର୍ଷ ୭ ଲକ୍ଷ ରୋଗୀଙ୍କ ଜୀବନ ଯାଉଛି । ଷ୍ଟେଜ୍ ବଢିବା ସହ ଧିରେ ଧିରେ ଶରୀରକୁ ନଷ୍ଟ କରିଚାଲେ କର୍କଟ ଜୀବାଣୁ । ବଦଳୁଥିବା ଜୀବନ ଶୈଳୀ କର୍କଟ ରୋଗର ଏକ ବଡ଼ କାରଣ । ନିଶା ସେବନ ଠାରୁ ଦୂରେଇ ରହିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।