କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ସାରା ଦେଶରେ ୫୪ ହଜାର ୩୬୬ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ସଂକ୍ରମଣ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨ କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ୬୯୦ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬କୁ ବୃଦ୍ଧି ହୋଇଛି ।
ତେବେ ଏହା ମଧ୍ୟରେ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୭ ଲକ୍ଷ ତଳକୁ ଖସି ଆସିଛି । ଦେଶରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୬ ଲକ୍ଷ ୯୫ ହଜାର ୫୦୯ ରହିଛି । ସେହିପରି ଦେଶରେ ସୁସ୍ଥ ସଂଖ୍ୟା ୬୯ ଲକ୍ଷ ୪୮ ହଜାର ୪୯୭କୁ ବୃଦ୍ଧି ହୋଇଛି । ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବା ଆଶ୍ୱସ୍ତିକର ଖବର ହୋଇଛି ।