ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ବୁକ ହୋଇପାରେ ଏନଏସଏ । ପ୍ରକ୍ରିୟା ଆରମ୍ଭ କଲା କମିସନରେଟ ପୁଲିସ । ଅପରାଧିକ କାର୍ଯ୍ୟକଳାପ ଓ ଦାଦାବଟି ମାଗିବା ଅଭିଯୋଗରେ ହୋଇଥିଲେ ଗିରଫ ।

293

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାମରେ ଏନଏସଏ ଲାଗିପାରେ । ଏନଏସଏ ଲଗାଇବା ପାଇଁ କମିସନରେଟ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । କମିସନରେଟ ପୁଲିସ ରାଜା ଆଚାର୍ଯ୍ୟକୁ ୧୧୦ରେ ବୁକ କରିଛି । ରାଜା ନାଁରେ ଆହୁରି ଅନେକ ସଙ୍ଗୀନ ଅଭିଯୋଗ ରହିଛ ।

ଗତ କିଛି ଦନ ହେବ ରାଜଧାନୀରେ ଗ୍ୟାଙ୍ଗଷ୍ଟର, ଦାଦା, ଗୁଣ୍ଡାଙ୍କ ଧରପଗଡ ଆରମ୍ଭ ହୋଇଛି । ଏହି କ୍ରମରେ ଚର୍ଚ୍ଚିତ ଜୁଡୋ କୋଚ ବିରଂଚି ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଆଚାର୍ଯ୍ୟଙ୍କୁ କମିସନରେଟ ପୁଲିସ ଗିରଫ କରିଛି ।

ଜାମିନ ପାଇ ଜେଲରୁ ବାହାରିିବା ପରେ ପୁଣି ରାଜା ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରିଛି ପୁଲିସ । ତାନାମରେ ଦାଦାବଟି ମାଗିବା ଓ ଅନ୍ୟ ସଙ୍ଗୀନ ଅପରାଧରେ ସଂପୃକ୍ତି ଥିବା ନେଇ ପୁଲିସ ପ୍ରମାଣ ପାଇବା ପରେ ଗିରଫ କରି ଏବେ ଏନଏସଏ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।