ଦିନକ ପରେ ଆରମ୍ଭ ହେବ ଧର୍ମର ମାସ । ଶନିବାର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ଆମିଷ ବଜାରରେ ଜମିଲାଣି ଭିଡ

Advertisment
ଦିନକ ପରେ ଆରମ୍ଭ ହେବ ଧର୍ମର ମାସ । ଶନିବାର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ଆମିଷ ବଜାରରେ ଜମିଲାଣି ଭିଡ

କନକ ବ୍ୟୁରୋ : ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । ଆଜି ଶେଷ ଆମିଷ ବାରି । କାରଣ ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନି । ତେଣୁ ଆଜି ବିଭନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଜମିବ । ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଭିଡ଼ ଜମିବ । ଗ୍ରାହକଙ୍କ ମନଜାଣି ବେପାରୀ ବାହାରୁ ମାଛ ମାଂସ ଆମଦାନୀ କରିଛନ୍ତି । କାର୍ତିକ ମାସ ଆରମ୍ଭ ହେଉଥିବାରୁ ପ୍ରାୟ ଅନେକ ଲୋକଙ୍କ ଘରେ ମାସେ କାଳ ଆମିଷ ପଶିବନି । ଆଜି ଆମିଷ ଖାଇବାର ଶେଷ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଘରକୁ ଆମିଷ କିଣିନେବାକୁ ରୁଚି ରହିଛି ।
ଭୁବନେଶ୍ୱର ଆମିଷ ବଜାର ଦର

ରୋହି -୧୮୦ ଟଙ୍କା
ଭାକୁର -୨୨୦ ଟଙ୍କା
ଲୁଣି ମାଛ -୧୮୦ରୁ ୨୦୦ ଟଙ୍କା
ଇଲିଶି - ୧,୮୦୦ ଟଙ୍କା
ମଟନ - ୮୦୦ ଟଙ୍କା
ଦେଶୀ କୁକୁଡା - ୪୫୦ ଟଙ୍କା
ବ୍ରଏଲର -୨୪୦ ଟଙ୍କା
ବନରାଜ କୁକୁଡା -୨୨୦ ଟଙ୍କା
କଙ୍କଡା ୬୦୦ରୁ -୨୨୫୦ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe