ଆଜି ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ପାକ ସଂସଦରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ 

121
କନକ ବ୍ୟୁରୋ : ଆଜି ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ପାକିସ୍ତାନ ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ପଡିବ । ଏହା ପୂର୍ବରୁ ପାକିସ୍ତାନ ରାଜନୀତି ସରଗରମ  ହୋଇପଡିଛି । ବିରୋଧୀ ଏକ ହେଇଥିବାରୁ କ୍ଷମତା ଦଖଲ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ସେ ଇସ୍ତଫା ଦେବେ ନାହିଁ ।
ଅନ୍ୟପଟେ ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ସରକାର ଭାଙ୍ଗିଦେବାକୁ ଚିନ୍ତା କରିପାରନ୍ତି । କାରଣ ପାକିସ୍ଥାନର ଶାସକ ଦଳ ପିଟିଆଇ ଶିଘ୍ର ନିର୍ବାଚନ କରିବା ଲକ୍ଷରେ ଅଛି । ଯଦି ଆନାସ୍ଥା ପ୍ରସ୍ଥାବ ପାରିତ ହୁଏ ତେବେ ପାକିସ୍ଥାନରେ ଖୁବିଶୀଘ୍ର ନିର୍ବାଚନ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।  ଏପଟେ ବିରୋଧୀ କହିଛନ୍ତି ଇମ୍ରାନ ଖାନ୍ ଭୋଟ୍ ପୂର୍ବରୁ କୌଣସି ଅସାମ୍ବିଧାନିକ ପଦକ୍ଷେପ ଗ୍ରହଣ ନକରନ୍ତୁ । ଇମ୍ରାନ୍ ଡ୍ରାମା ନକରି ତୁରନ୍ତୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳର ନେତା ଶାହବାଜ ସରିଫ  । ତିନୋଟି ବିକଳ୍ପ ଉପରେ ଇମ୍ରାନ ବିଚାର କରୁଥିବା ଶାସକ ଦଳର ନେତା ତଥା ମନ୍ତ୍ରୀ ଶେଖ ରସିଦ କହିଛନ୍ତି । ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବା, ପାକିସ୍ତାନ ମୁସଲିମ ଲିଗ, ଜାମିଆତ ଉଲେମା-ଏ-ଇସଲାମ ଭଳି ଦଳକୁ ବ୍ୟାନ କରିବା ସହିତ ତଦନ୍ତ ପରିସରଭୁକ୍ତ ଦାବି । ପାକିସ୍ତାନ ତେହରିକ-ଏ-ଇନସାଫର ସଦସ୍ୟଙ୍କୁ ଗୃହରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇପାରନ୍ତି । ଏଭଳି ରାଜନୈତିକ ସଙ୍କଟ ମଧ୍ୟରେ ବଡ ବୟାନ ଦେଇଛନ୍ତି ପାକିସ୍ଥାନର ଆର୍ମି ମୁଖ୍ୟ ଜେନେରାଲ କ୍ୱାମର ଜାଭେଦ ବାଜୱା । ସେ କହିଛନ୍ତି, ଭାରତ ସହ କାଶ୍ମୀର ଏବଂ ଅନ୍ୟାନ୍ୟ ବିବାଦ ଉପରେ ଆଲୋଚନା  ଏବଂ କୁଟନୀତି ମାଧ୍ୟମରେ ସମାଧାନ ହୋଇପାରିବ ।