ଦିଲ୍ଲୀରେ କରୋନା ସ୍ଥିତି ସଂଗୀନ । ଲାଗୁ କରାଯାଇପାରେ ନାଇଟ୍ କର୍ଫ୍ୟୁ । ହାଇକୋର୍ଟକୁ ଜଣାଇଲେ କେଜ୍ରିୱାଲ ସରକାର

117

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଲଗାଯାଇ ପାରେ । ଏନେଇ ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ଏକ ମାମଲାର ଅଦାଲତକୁ ଜବାବ୍ ଦେଇ କେଜ୍ରିୱାଲ ସରକାର ଏଭଳି କହିଛନ୍ତି । ମାତ୍ର ବର୍ତମାନ ଏପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ନେଇ କୌଣସି ଚୁଡାନ୍ତ ନିସ୍ପତ୍ତି ହୋଇନାହିଁ । କରୋନା ପରୀକ୍ଷଣ ବଢାଇବାକୁ ଦିଲ୍ଲୀ ସରକାର ହାଇକୋର୍ଟଙ୍କ ଆଦେଶ ମାଗିଥିବା ବେଳେ ଷ୍ଟାଟସ୍ ରିପୋର୍ଟରେ ସରକାର ଅବଶ୍ୟକ ତଥ୍ୟ ଦେଇନଥିବା ଦର୍ଶାଇ କେଜ୍ରିୱାଲ ସରକାରଙ୍କ ଭତ୍ସନା କରିଛନ୍ତି । କୋର୍ଟ କହିଛନ୍ତି କି ଯେଉଁ ଷ୍ଟଟସ୍ ରିପୋର୍ଟ ଦିଆଯାଇଛି ସେଥିରେ ବେଡ ସଂଖ୍ୟା ପଢିହେଉନାହିଁ , ଗରୁତ୍ୱପୂର୍ଣ୍ଣ ସୂଚନାକୁ ଲୁଚାଇ ଦିଆଯାଇଛି । ତଥ୍ୟକୁ ସ୍ପଷ୍ଟ ଭାବେ ଛପାଯାଇ ନାହିଁ ।
ଏହାସହ କୋର୍ଟ ଦିଲ୍ଲୀ ସରକାରଙ୍କୁ ପଚାରିଥିଲେ କି ଏଭଳି ସ୍ଥିତିରେ କୋଭିଡ୍ ହେଲ୍‌ଥ କେୟାରରେ ବେଡ କିଭଳି ଖାଲି ପଡିଛି । ଏହାର ଉତରରେ ସରକାର କହିଥିଲେ କି ଏନେଇ ସମସ୍ତ ସୂଚନା ‘ଦିଲ୍ଲୀ ଫାଇଟ କରୋନା’ ୱେବସାଇଟରେ ଉପଲବ୍ଧ ଅଛି । ହେଲେ କୋର୍ଟ କହିଥିଲେ କି ଏହା ସମସ୍ତଙ୍କ ପାଇଁ ନୁହେଁ । କୋର୍ଟ ଜାଣିବା ପାଇଁ ଚାହିଁଥିଲେ କି ସରକାର ତାଙ୍କର ହେଲ୍ପ ଲାଇନ୍ ଓ ଅନ୍ୟ ଉପାୟରେ ବେଡ ଖାଲିଥିବା କଥା ଲୋକଙ୍କୁ କେଉଁ ଉପାୟରେ ଜଣାଉଛନ୍ତି ତାହାର ତଥ୍ୟ ଦେବାର ଆବଶ୍ୟକତା ରହିଛି । ଅନ୍ୟ ସହର ମାନଙ୍କ ଭଳି ନାଇଟ୍ କର୍ଫ୍ୟୁ କିମ୍ବା ସପ୍ତାହ ଶେଷରେ କଫ୍ୟୁ ଲଗାଇବାକୁ ନେଇ ପ୍ରଶ୍ନର ଉତର ଦେଇ କୋର୍ଟ କହିଛନ୍ତି କି ଏଭଳି ନିସ୍ପତି ନେବାର ଆବଶ୍ୟକତା ଏବେ ନାହିଁ । କିନ୍ତୁ କରୋନା ସଂକ୍ରମଣର ସ୍ଥିତି ଦେଖି ସରକାର ନିସ୍ପତି ନେବେ । କରୋନା କଟକଣା ଅବମାନନା କରୁଥିବା ଲୋକଙ୍କ ଠାରୁ ଆଦାୟ କରାଯାଉଥିବା ଟଙ୍କା କେଉଁ କାମରେ ଲାଗୁଛି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।