ସୋସିଆଲ ମିଡିଆରେ ଭାଇରାଲ ହେଲା ନୀଳଗିରି ବିଧାୟକଙ୍କ ଅଡିଓ । ସହକାରୀ ଯନ୍ତ୍ରୀଙ୍କୁ ଧମକ ଦେଇ ବିବାଦରେ ବିଧାୟକ

308

କନକ ବ୍ୟୁରୋ : ନୀଳଗିରି ବ୍ଲକର ଜଣେ ସହକାରୀ ଯନ୍ତ୍ରୀଙ୍କୁ ଧମକ ଦେଇ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ବିଧାୟକ ସୁକାନ୍ତ ନାୟକ । ଭିଜିଲାନ୍ସରେ ଫସାଇ ଦେବାକୁ ଧମକ ଦେଇଥିବା ଏହି ଅଡିଓ କ୍ଲିପ ଭାଇରାଲ ହେଉଛି । ତେବେ ସହକାରୀ ଯନ୍ତ୍ରୀ କେଉଁ କଥା ରଖିଲେ ନାହିଁ, ଯେଉଁଥି ପାଇଁ ବିଧାୟକ ଗରମ ହୋଇଛନ୍ତି, ଜଣାପଡି ନାହିଁ ।

ଭାଇରାଲ ଅଡିଓକୁ ନେଇ ସହକାରୀ ଯନ୍ତ୍ରୀ କ୍ଷୋଭର ସହ କହିଛନ୍ତି, ଚାକିରୀ କରିଛୁ ବୋଲି କଣ ମାନ ସମ୍ମାନର ସହ ବଂଚି ପାରିବୁ ନାହିଁ । ଏନେଇ ନୀଳଗିରି ବିଡିଓ ଏବଂ ଜିଲ୍ଲା ଇଂଜିନିୟରିଂ ସଂଘକୁ ଜଣାଇଥିବା କହିଛନ୍ତି । ଅନ୍ୟପଟେ ବିଧାୟକ ସୁକାନ୍ତ ନାୟକ କହିଛନ୍ତି, କିଛି

କର୍ମଚାରୀ ଅଂଚଳର ବିକାଶରେ ବାଧକ ସାଜୁଛନ୍ତି, ସେମାନଙ୍କୁ ଚେତାଇ ଦିଆଯାଇଛି ।
ସବୁଠାରୁ ବଡ ପ୍ରଶ୍ନ ହେଉଛି, ସହକାରୀ ଯନ୍ତ୍ରୀ ବିଧାୟକଙ୍କ କେଉଁ କଥା ରଖିଲେ ନାହିଁ ? ସେକଥା ପ୍ରକୃତରେ ବିକାଶ ପାଇଁ ଥିଲା ନା ଏହାପଛରେ ଅନ୍ୟ କିଛି କାରଣ ଥିଲା ତାହା ସାମ୍ନାକୁ ଆସିବା ବହୁତ ଆବଶ୍ୟକ ।