ଉଠା ଜଳସେଚନ ଅଫିସରେ ଆତ୍ମହତ୍ୟା କଲେ ରାତ୍ରୀ ଜଗୁଆଳି । ଭାଇରାଲ ହେଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ ।

Advertisment
ଉଠା ଜଳସେଚନ ଅଫିସରେ ଆତ୍ମହତ୍ୟା କଲେ ରାତ୍ରୀ ଜଗୁଆଳି । ଭାଇରାଲ ହେଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ ।

କନକ ବ୍ୟୁରୋ: ମୃତ୍ୟୁ ପୂର୍ବର ଶେଷ ଭିଡିଓ । ମାଲକାନଗିରି ଉଠା ଜଳସେଚନ ବିଭାଗରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରତ ମନୋଜ ଦଳପତିଙ୍କ ଝୁଲନ୍ତା ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର ହୋଇଛି । ଏହାସହ ମୃତ୍ୟୁ ପୁର୍ବରୁ ରେକର୍ଡ କରାଯାଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଇରାଲ ହେଇଥିବା ଏହି ଭିଡିଓରେ ମନୋଜ ରାଜୁ ଆଇ ଲଭ ୟୁ ଏବଂ ମୋତେ ଭୁଲ ବୁଝିବୁ ନାହିଁ ବୋଲି କହୁଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ଏହାସହ ମୃତଦେହ ନିକଟରେ ମନୋଜଙ୍କ ମୋବାଇଲ ଫୋନ ଛିଡା କରି ରଖାଯାଇଛି । ସମ୍ଭବତ ମୃତ୍ୟୁ ବେଳର ଦୃଶ୍ୟକୁ ମନୋଜ ମୋବାଇଲ ଫୋନରେ ରେକର୍ଡ କରିଥିବେ କି ମୋବାଇଲରେ ଲାଇଭ କରିଥିବା ନେଇ ଚର୍ଚ୍ଚା ହେଉଛି । ମାଲାକନଗିରି ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe