କନକ ବ୍ୟୁରୋ: ମୃତ୍ୟୁ ପୂର୍ବର ଶେଷ ଭିଡିଓ । ମାଲକାନଗିରି ଉଠା ଜଳସେଚନ ବିଭାଗରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରତ ମନୋଜ ଦଳପତିଙ୍କ ଝୁଲନ୍ତା ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର ହୋଇଛି । ଏହାସହ ମୃତ୍ୟୁ ପୁର୍ବରୁ ରେକର୍ଡ କରାଯାଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ତେବେ ଭାଇରାଲ ହେଇଥିବା ଏହି ଭିଡିଓରେ ମନୋଜ ରାଜୁ ଆଇ ଲଭ ୟୁ ଏବଂ ମୋତେ ଭୁଲ ବୁଝିବୁ ନାହିଁ ବୋଲି କହୁଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ଏହାସହ ମୃତଦେହ ନିକଟରେ ମନୋଜଙ୍କ ମୋବାଇଲ ଫୋନ ଛିଡା କରି ରଖାଯାଇଛି । ସମ୍ଭବତ ମୃତ୍ୟୁ ବେଳର ଦୃଶ୍ୟକୁ ମନୋଜ ମୋବାଇଲ ଫୋନରେ ରେକର୍ଡ କରିଥିବେ କି ମୋବାଇଲରେ ଲାଇଭ କରିଥିବା ନେଇ ଚର୍ଚ୍ଚା ହେଉଛି । ମାଲାକନଗିରି ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/24-1.jpg)