କନକ ବ୍ୟୁରୋ: ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ହେଉଛି ଡିଜନି ପ୍ଲସ୍ ହଟଷ୍ଟାର । ‘ ଦ ନାଇଟ୍ ମ୍ୟାନେଜର’ ଏହି ପ୍ଳାଟଫର୍ମରେ ରିଲିଜ୍ ହୋଇଛି, ଯାହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ନାଇଟ୍ ମ୍ୟାନେଜର ହେଉଛି ବ୍ରିଟିଶ୍ ଟିଭି ଧାରାବାହିକର ଏକ ରିମେକ୍ ।

Advertisment

ଏଭଳି ପରିସ୍ଥିତିରେ ଆଦିତ୍ୟ ରାୟ କପୁର ଓ ଅନିଲ କପୁରଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିଛି । ଏହା ଖୁବ୍ ଏନଗେଜିଙ୍ଗ ହୋଇପାରିଛି । ଖାସ୍ କରି ଏଥିରେ ଆଦିତ୍ୟଙ୍କ ଲୁକ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ୱେବ ସିରିଜର ଷ୍ଟୋରୀ ୧୪ ବର୍ଷିୟ ବେଗମ୍ ସଫିନା ନାମକ ଜଣେ ଝିଅଙ୍କ ଉପରେ କେନ୍ଦ୍ରିତ । ସଫିନା ୧୪ ବର୍ଷିୟ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଯିଏ ନିଜ ଦେଶ ଭାରତକୁ ଫେରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ଏକ ହେଟେଲରେ ରଖାଯାଇ ହତ୍ୟା କରାଯାଉଛି । ଫିଲ୍ମରେ ଅନେକ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।