- କରୋନାର ତୃତୀୟ ଲହର ନେଇ ସତର୍କ ସୂଚନା
- ଅକ୍ଟୋବରରେ ଶୀର୍ଷକୁ ଛୁଇଁପାରେ ସଂକ୍ରମଣ
- ଛୋଟ ପିଲା ଅଧିକ ଆକ୍ରାନ୍ତ ହେବା ସମ୍ଭାବନା
ସମ୍ଭାବ୍ୟ ତୃତୀୟ ଲହର ନେଇ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ବିଶେଷଜ୍ଞ ଦଳ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ଏନଆଇଡିଏମ୍ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଏହି ରିପୋର୍ଟ ଦେଇଛି । ତୃତୀୟ ଲହରରେ ଅଧିକ ଛୋଟ ପିଲା ସଂକ୍ରମିତ ହେବା ଆଶଙ୍କା ଥିବାରୁ ମୁକାବିଲା ପାଇଁ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛି କମିଟି ।
- ଆବଶ୍ୟକ ସଂଖ୍ୟକ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ପ୍ରସ୍ତୁତ ରଖ
- ବହୁ ରୋଗରେ ପୀଡିତ ଶିଶୁ, ଦିବ୍ୟାଙ୍ଗ ଶିଶୁଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ
- କରୋନା ୱାର୍ଡକୁ ଶିଶୁଙ୍କ ଚିକିତ୍ସା ପାଇଁ ଉପଯୋଗୀ କରିବା
ତୃତୀୟ ଲହର ଅକ୍ଟୋବରରେ ଆରମ୍ଭ ହୋଇ ମାସ ଶେଷରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ ବୋଲି ଏହି କମିଟି ପୂର୍ବାନୁମାନ କରିଛି । ତେବେ ତୃତୀୟ ଲହର ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ ବୋଲି କହିଛନ୍ତି ଡିଏମଇଟି ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ଯଦି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଛୁଏଁ ତେବେ...
- ୨୦ ବର୍ଷରୁ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୧୫୦୦ ରହିବ
- ୩୦୦ ଜଣଙ୍କୁ ଡାକ୍ତରଖାନରେ ଭର୍ତ୍ତି ହେବାକୁ ପଡିପାରେ
- ୧୫ ଜଣଙ୍କୁ ଆଇସିୟୁ କିମ୍ବା ଏଚଡିୟୁ ବେଡ୍ ଦରକାର ହୋଇପାରେ
- ୨୮୫ ଜଣ ୱାର୍ଡରେ ରହି ଚିକିତ୍ସିତ ହୋଇପାରିବେ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣ ହେଉଛନ୍ତି ଛୋଟ ପିଲା । ଏବେ ଦେଶରେ ୧୨ରୁ ୧୩ ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର । ଆଶ୍ୱସ୍ତିର କଥା ହେଉଛି, ସଂକ୍ରମଣର ପ୍ରଥମ ଦୁଇ ଲହର ବେଳେ ଖୁବ କମ ସଂଖ୍ୟକ ଶିଶୁ ହସ୍ପିଟାଲ ଯାଇଥିଲେ ଓ ଖୁବ୍ କମ ଶିଶୁଙ୍କୁ ଅକ୍ସିଜେନ ଆବଶ୍ୟକ ପଡିଥିଲା ।