୯ମ ରାଉଣ୍ଡ ବୈଠକରେ ବି ବାହାରିଲାନି ସମାଧାନର ରାସ୍ତା । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ, ୧୯ରେ ପରବର୍ତ୍ତୀ ବୈଠକ ।

211

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ଶେଷ ହୋଇଛି । ତେବେ ନବମ ରାଉଣ୍ଡ ବୈଠକରୁ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ । ଆସନ୍ତା ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ ପରବର୍ତ୍ତୀ ବୈଠକ ବସିବ ।

ତେବେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କୃଷି ଆଇନ୍ ସମ୍ପର୍କରେ ଆଲୋଚନା ହୋଇଥିଲା । କିନ୍ତୁ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଥିଲେ ଚାଷୀ ସଂଗଠନ । ଦେଢ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ, ସରକାରଙ୍କ ସହ ବାରମ୍ବାର ବୈଠକ ପରେ ବି କୌଣସି ନିଷ୍କର୍ସ ବାହାରିପାରୁନାହିଁ । ଆଉ ଏହାରି ଭିତରେ ଅପେକ୍ଷା ଆସନ୍ତା ଜାନୁଆରୀ ୧୯ ତାରିଖକୁ, ଯେତେବେଳେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣି ଥରେ ବୈଠକ ବସିବ ।