କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଛି ବଡ଼ ଝଟକା । ଇଡି ଗିରଫଦାରୀ ମାମଲାରେ ତକ୍ରାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ କୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି କରାଯାଇପାରିବ ନାହିଁ ବୋଲି କୁହାଯାଇଛି ।

Advertisment

ଗିରଫଦାରୀ ଏବଂ ରିମାଣ୍ଡକୁ ବେଆଇନ କହିବା ସହ ତୁରନ୍ତ ହାଜତରୁ ମୁକ୍ତ ହେବାର ଅଧିକାର ଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ । ମାମଲାରେ ଶନିବାର ସନ୍ଧ୍ୟା କିମ୍ବା ରବିବାର ସକାଳେ ଶୁଣାଣି କରିବାକୁ ଆବେଦନ ହୋଇଥିଲା । କିନ୍ତୁ ହାଇକୋର୍ଟ ତକ୍ରାଳ ଶୁଣାଣି ପାଇଁ ମନା କରିବା ପରେ ଏବେ ମାର୍ଚ୍ଚ ୨୭ ତାରିଖ ପରେ ହିଁ ଏହି ମାମଲାର ଶୁଣାଣି କରାଯିବ । ଅବକାରୀ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ୧୦ ଦିନ ରିମାଣ୍ଡ ଆବେଦନ କରାଯାଇିଲେ ବି ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ମାର୍ଚ୍ଚ ୨୮ ତାରିଖ ଦିନ ୨ଟାରେ କେଜ୍ରିୱାଲଙ୍କୁ ପୁଣି କୋର୍ଟରେ ହାଜର କରିବ ପ୍ରବର୍ତ୍ତର୍ନ ନିର୍ଦେଶାଳୟ । ଏହି ମାମଲାରେ କେଜ୍ରିୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ଇଡି ।