ଅନବସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ ନୀତି: ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ଖବର

Advertisment
ଅନବସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ ନୀତି: ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ଖବର

କନକ ବ୍ୟୁରୋ: ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ, ଏନେଇ ଗଜପତି ମହାରାଜଙ୍କୁ ଖବର ଜଣାଇଲେ ସେବାୟତ। ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜପ୍ରାସାଦରେ ପହଞ୍ଚି ଗଜପତି ମହାରାଜଙ୍କୁ ସୂଚିତ କରିଛନ୍ତି ସେବାୟତ। ଆଜି ଶ୍ରୀଜିଉଙ୍କ ଅନବସର ଦ୍ୱାଦଶୀ। ଏହି ଅବସରରେ ଚାଲିଛି ରାଜପ୍ରାସାଦ ବିଜେ ନୀତି। ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଏବେ ସମ୍ପୂର୍ଣ୍ଣ ସୁସ୍ଥ।

ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଥିଲା ଗୋପନ ସେବା। ଗତକାଲି ମହାପ୍ରଭୁଙ୍କ ଅଣସର ନୀତି ଚକା ଉପରେ ସଂପନ୍ନ ହୋଇଥିଲା। ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି। ଚକା ଉପରେ ବିଜେ ଅବସ୍ଥାରେ ମହାପ୍ରଭୁ ରକ୍ତବସ୍ତ୍ର(ଗାଢ଼ ନାଲି ରଙ୍ଗର ପାଟବସ୍ତ୍ର) ପରିଧାନ କରିଛନ୍ତି। ଆଜି ବିଳମ୍ୱିତ ରାତିରେ ଏସବୁ ନୀତି ସଂପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ମହାପ୍ରଭୁଙ୍କ ପସନ୍ଦର ତୁଳସୀ ବି ଶ୍ରୀଅଙ୍ଗରେ ଲାଗି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe