ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି ।

101

କନକ ବ୍ୟୁରୋ : ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି । ସିଧା ସିଧା ନହେଲେ ବି କିଛି ଏହି ଭଳି ସଙ୍କେତ ଦେଇଛି ଔଷଧକୁ ଅନୁମତି ଦେଉଥିବା ଦେଶର ସର୍ବୋଚ୍ଚ ସଂସ୍ଥା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ – ଡିସିଜିଆଇ । ସଙ୍କେତ ମିଳୁଛି ଦେଶକୁ ଖୁବଶୀଘ୍ର ମିଳିପାରେ କରୋନା ମହାମାରୀରୁ ଆଶ୍ୱସ୍ତି । ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଭିଜି ସୋମାନୀ ଏଭଳି ଇଙ୍ଗିତ କରିଛନ୍ତି । ଏକ ଭିଡିଓ କନଫରେସିଂରେ ସାମିଲ ହୋଇ ଭିଜି ସୋମାନୀ କହିଛନ୍ତି, ବୋଧ ହୁଏ ନୂଆ ବର୍ଷକୁ ମଙ୍ଗଳମୟ କରିବାକୁ ଆମ ହାତରେ କିଛି ଥିବ ।

ଦେଶରେ କୋଭିଡା ଟିକା କରଣ ପାଇଁ ଜାନୁୟାରୀ ପହିଲା ଶୁକ୍ରବର ଦିନ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏପରି ସମୟରେ ଦେଶକୁ ଖୁବ ଶୀଘ୍ର ଟିକା ମିଳିବାନେଇ ସଙ୍କେତ ଦେଇଛନ୍ତି ଡିସିଜିଆଇ । ଫଳରେ କରୋନା ଟିକାକୁ ନେଇ ସମସ୍ତଙ୍କ ମନରେ ଆଶା ବଢିଯାଇଛି ।

ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟିର ବୈଠକ ହେବ । ଶୁକ୍ରବାର ହେବାକୁ ଥିବା ବୈଠକରେ ଫାଇଜର, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଭ୍ୟାକସିନ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଲୋଡା ଯାଇଥିବା ଅନୁମତି ଉପରେ ନିଷ୍ପତି ନିଆଯାଇ ପାରେ ।

କରୋନା ଟିକାକରଣ ଅଭିଯାନକୁ ନେଇ ସାରା ଦେଶରେ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି କରାଯାଉଛି । ଭାରତରେ ନିର୍ମିତ ସ୍ୱଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଂଚିବା ଲାଗି ଉଦ୍ୟମ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭାରତରେ ଆସନ୍ତା ମାସରୁ ଟିକାକରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଟି ରାଜ୍ୟରେ ଟିକାକରଣର ଡ୍ରାଏ ରନ ଶେଷ ହୋଇଥିବା ବେଳେ ଜାନୁୟାରୀ ୨ତାରିଖରୁ ଅନ୍ୟ ସବୁ ରାଜ୍ୟରେ ଟିକାର ଡ୍ରାଏ ରନ କରାଯିବ ।