ସାମ୍ନାକୁ ଆସିଲା କରୋନା ଟିକାର ନୂଆ କୌଶଳ : ନୂଆ ଆଂଟିବଡ଼ି ଚିହ୍ନଟ କଲେ ଜର୍ମାନୀ ବୈଜ୍ଞାନିକ; ଆକ୍ଟିଭ୍ ଭ୍ୟାକ୍ସିନେସନ୍ ଅପେକ୍ଷା ପ୍ୟାସିଭ୍ ଭ୍ୟାକ୍ସିନେସନ୍ ହେଉଛି ଅଧିକ ଫଳପ୍ରଦ

ତୁରନ୍ତ ଭୂତାଣୁ ବିରୋଧରେ ଲଢ଼େଇ କରିବାରେ ସକ୍ଷମ ଏହି ଟିକାକରଣ ବ୍ୟବସ୍ଥା

289

କନକ ବ୍ୟୁରୋ : ନୋଭେଲ କରୋନା ଭୂତାଣୁର ମୁକାବିଲା ପାଇଁ ବୈଜ୍ଞାନିକମାନେ ଅଧିକ ଫଳପ୍ରଦ ଆଂଟିବଡି ଚିହ୍ନଟ କରିଛନ୍ତି । ବୈଜ୍ଞାନିକମାନଙ୍କ ମତରେ କୋଭିଡ୍-୧୯ ପାଇଁ ଏହି ଆଂଟିବଡି ପ୍ୟାସିଭ୍ ଭ୍ୟାକ୍ସିନ୍ ବା ନିଷ୍କ୍ରିୟ ଟିକା ବିକାଶରେ ସହାୟକ ହେବ । ଆକ୍ଟିଭ୍ ଭ୍ୟାକ୍ସିନେସନ୍ ଅପେକ୍ଷା ପ୍ୟାସିଭ୍ ଭ୍ୟାକ୍ସିନେସନ୍ ଅଧିକ ଫଳପ୍ରଦ ହେବ ଏବଂ ଏହା ତୁରନ୍ତ କାମ କରିବ । ଆକ୍ଟିଭ୍ ଭ୍ୟାକ୍ସିନେସନ୍ ବା ସକ୍ରିୟ ଟିକାକରଣ ହେଉଛି ମଣିଷ ଶରୀର ଭିତରେ ରୋଗ ବିରୋଧରେ ଲଢ଼େଇ ପାଇଁ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରିଥାଏ । ଯେଉଁଥିପାଇଁ ସକ୍ରିୟ ଟିକାକରଣ କାମ କରିବାକୁ ସମୟ ନେଇଥାଏ ।

ତେବେ ପ୍ୟାସିଭ୍ ଭ୍ୟାକ୍ସିନେସନ୍ ବା ନିଷ୍କ୍ରିୟ ଟିକାକରଣରେ ରେଡିମେଡ୍ ଆଂଟିବଡି ରୋଗୀକୁ ଦିଆଯାଇଥାଏ । ଆଉ ଏହା ସାଂଗେ ସାଂଗେ ରୋଗ ବିରୋଧରେ ଲଢ଼େଇ କରିଥାଏ । ବର୍ଲିନରେ ଥିବା ଜର୍ମାନ ସେଂଟର ଫର୍ ନ୍ୟୁରୋ-ଡିଜେନେରେଟିଭ୍ ଡିଜିଜ୍ର ବୈଜ୍ଞାନିକମାନଙ୍କ ଗବେଷଣାରୁ ଜଣାପଡିଛି ଯେ ସଂକ୍ରମଣ ହେଲା ପରେ ଆଂଟିବଡି ପ୍ରୟୋଗ କଲେ ରୋଗର ଭୟାବହତା କମ ହୋଇଥାଏ ଏବଂ ସଂକ୍ରମଣ ପୂର୍ବରୁ ଏହାକୁ ପ୍ରଯୋଗ କଲେ ଏହି ସଂକ୍ରମଣ ହେବା ସମ୍ଭାବନା ହ୍ରାସ ପାଇଥାଏ । ପ୍ୟାସିଭ ଇମ୍ୟୁନିଟି କମ୍ ଦିନ ପାଇଁ ଶରୀରରେ ରହିଥାଏ । କିନ୍ତୁ ଆକ୍ଟିଭ୍ ଭ୍ୟାକ୍ସିନ ଯୋଗୁଁ ସୃଷ୍ଟି ହେଉଥିବା ଆକ୍ଟିଭ୍ ଇମ୍ୟୁନିଟି ଶରୀରରେ ଅଧିକ ଦିନ ରହିଥାଏ