କନକ ବ୍ୟୁରୋ: ଦ୍ରୁତ ଗତିରେ ଦେଶରେ ମାଡୁଛି କରୋନାର ନୂଆ ସବଭ୍ୟାରିଆଂଟ । ରାଜ୍ୟକୁ ରାଜ୍ୟ ଡେଉଁଛି ସବଭ୍ୟାରିଆଂଟ ଜେଏନଡଟୱାନ । କୋଭିଡ ମୁକାବିଲା ପାଇଁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ । ଭୟଭୀତ ନହୋଇ ସର୍ତକ ରହିବାକୁ ପରାର୍ମଶ ଦେଇଛନ୍ତି ସରକାର । ଦ୍ରୁତିଗତିରେ ନୂଆ ସବଭ୍ୟାରିଆଂଟ ମାଡୁଥିବାରୁ ଚିନ୍ତା ବଢ଼ୁଛି ।

Advertisment

ଦେଶରେ କୋଭିଡ ନୂଆ ସବ ଭାରିଆଂଟ ‘ଜେଏନ୍-ଡଟ-ୱାନ’ ସଂକ୍ରମିତ ଚିହ୍ନଟ ପର ଆକ୍ସନ ମୋଡରେ କେନ୍ଦ୍ର ସରକାର । କୋଭିଡକୁ ନେଇ ଦେଶର ସ୍ଥିତି କ’ଣ ରହିଛି ଏନେଇ ବୁଧବାର ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି.....

ଡରନ୍ତୁ ନାହିଁ, ସର୍ତକ ରୁହନ୍ତୁ
-ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ
-ହସ୍ପିଟାଲରେ ମକ୍ଡ୍ରିଲ କରାଯିବ
-ପ୍ରତି ତିନି ମାସରେ ଥରେ ସବୁ ହସ୍ପିଟାଲରେ ମକ୍ଡ୍ରିଲ କରାଯିବ
-ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ସ୍ୱାସ୍ଥ୍ୟ ସୁବିଧା ଉପରେ ଫୋକସ କରାଯାଉଛି
-ସଂକ୍ରମଣ ରୋକିବାକୁ ସବୁ ଦିଗରୁ ପ୍ରୟାସ କରାଯିବ
-ପାର୍ବଣ ଋତୁରେ ଅଧିକ ସର୍ତକ ରହିବାକୁ ପରାର୍ମଶ
-ସ୍ଥିତି ଦେଖି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ
-ସ୍ୱାସ୍ଥ୍ୟସେବାକୁ ନେଇ ରାଜନୀତି କରାନଯାଉ

ଦେଶରେ ପୁଣି କଡ଼ ଲେଉଟାଇଛି କରୋନା । କେରଳ, କର୍ଣ୍ଣାଟକ, ଉତରପ୍ରଦେଶ ପରେ ଦିଲ୍ଲୀ ଓ ଗୋଆ, ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ସହ ନୂଆ ସବଭ୍ୟାରିଆଂଟ ଜେଏନଡଟୱାନ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ଦ୍ୱିଗୁଣ ହୋଇଛି । ଗୋଆରେ ୧୯ଜଣ ଓମିକ୍ରନ ଭ୍ୟାରିଆଂଟ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବୃଦ୍ଧି ପାଇଛି

ରାଜ୍ୟକୁ ରାଜ୍ୟ ଡେଉଁଛି ‘ଜେଏନ୍ଡଟୱାନ’
-୨୪ଘଂଟାରେ ଦେଶରେ ୬୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
-ଗୋଆରେ ୧୯ଜଣ ଓମିକ୍ରନ ‘ଜେଏନଡଟ୍ୱାନ’ ସଂକ୍ରମିତ ଚିହ୍ନଟ
-କେରଳରେ ୨୪ ଘଂଟାରେ ୨୯୨ ସଂକ୍ରମିିତ ଚିହ୍ନଟ ସହ ୩ଜଣ ମୃତ୍ୟୁ ହୋଇଛି ।
-କର୍ଣ୍ଣାଟକରେ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ.......ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମୟ ଥାଉ ଥାଉ କରୋନାଠୁ ସର୍ତକ ରହିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ବାରମ୍ବାର ପରାମର୍ଶ ଦେଉଛନ୍ତି । ବଡଦିନ ଓ ନୂଆବର୍ଷ ସହ ପିକନିକ ଏବଂ ପର୍ବପର୍ବାଣୀ ସମୟରେ ଅଧିକ ସର୍ତକ ରହିବାକୁ କହିଛି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳୟ । କିଛି ରାଜ୍ୟରେ କଟକଣା ଫେରିଛ । ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣଭାବେ ଯାଇନି କୋଭିଡ୍ । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ ଜେ-ଏନ-ଡଟୱାନ ସବଭାରିଆଂଟ କାରଣ ବୋଲି କୁହାଯାଉଛି ।