ଓଡିଶା ଆସିଥିବା ବିଟ୍ରେନ ଫେରନ୍ତାଙ୍କ ନମୁନାରେ ନାହିଁ ନୂଆ ଷ୍ଟ୍ରେନ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ରଙ୍କ ସୂଚନା । 

81

କନକ ବ୍ୟୁରୋ : ଓଡିଶାକୁ ଆସିଥିବା ବ୍ରିଟେନ ଫେରନ୍ତାଙ୍କ ନମୂନାରେ ନୂଆ ଷ୍ଟ୍ରେନ ଠାବ ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର । ସେ କହିଛନ୍ତି ବ୍ରିଟେନ ଫେରନ୍ତା ୩ ଜଣ ଯାତ୍ରୀ ସଂକ୍ରମିତ ଚିହ୍ନଟ ପରେ ତାଙ୍କ ନମୁନାକୁ ପୁଣେ ପଠାଯାଇଥିଲା । ତେବେ ସେମାରେ ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇନଥିବା ରିପୋର୍ଟ ଆସିଛି ।

ହେଲେ ଭାରତରେ ଆଜି ପୁଣି ୪ ଜଣ ପାଖରେ କରୋନାର ନୂଆ ଷ୍ଟ୍ରେନ ପଜିଟିଭ ଆସିଛି । ଏହାସହ ଏଯାଏଁ ଭାରତରେ ମୋଟ ୨୯ ଜଣଙ୍କଠାରେ କରୋନାର ନୂଆଷ୍ଟ୍ରେନ ଚିହ୍ନଟ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।