ଗଞ୍ଜାମରେ ବାହାଭୋଜି ପାଇଁ ନୂଆ ନିୟମ । ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ, ପଜିଟିଭ ଆସିଲେ ଆୟୋଜନ ପାଇଁ ମିଳିବନି ଅନୁମତି

Advertisment
ଗଞ୍ଜାମରେ ବାହାଭୋଜି ପାଇଁ ନୂଆ ନିୟମ । ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ, ପଜିଟିଭ ଆସିଲେ ଆୟୋଜନ ପାଇଁ ମିଳିବନି ଅନୁମତି

କନକ ବ୍ୟୁରୋ : ଗଞ୍ଜାମରେ ବାହା ଭୋଜି ପାଇଁ ନୂଆ ନିୟମ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ । ଏପରିକି ପଜିଟିଭ ଆସିଲେ ବିବାହ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ଅନମତି ଦେଇଛନ୍ତି ।

ବିବାହରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି ରହିଛି । ହେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛନ୍ତି । ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ  ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ସେହିପରି ବିବାହ ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe