କନକ ବ୍ୟୁରୋ : ଗଞ୍ଜାମରେ ବାହା ଭୋଜି ପାଇଁ ନୂଆ ନିୟମ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ । ଏପରିକି ପଜିଟିଭ ଆସିଲେ ବିବାହ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ଅନମତି ଦେଇଛନ୍ତି ।
ବିବାହରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି ରହିଛି । ହେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛନ୍ତି । ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ସେହିପରି ବିବାହ ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/5e3f05b1220000ca0e23ec5d.jpeg)