କନକ ବ୍ୟୁରୋ : ବଦଳୁଛି ପୁରୀ ବେଳାଭୂମିର ରୂପରେଖା । ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ମନୋନୀତ ହେବା ପରେ ଦେଶର ସବୁଠୁ ସୁନ୍ଦର ବେଳାଭୂମି ଭାବେ ଗଢି ତୋଳିବାକୁ ବଦଳି ଦିଆଯାଇଛି ପୁରୀ ବେଳାଭୂମିର ଚେହେରା । ପୁରୀ ପାନ୍ଥ ନିବାସ ବେଳାଭୂମି ପଛପଟେ ଏହି ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ ଚାଲିଛି । ଅଧିକ ଆକର୍ଷଣୀୟ କରିବା ସହ ଇକୋ ଫ୍ରେଣ୍ଡଲି ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବା ସହ ବାଉଁଶରେ ତିଆରି ହୋଇଛି ଶୌଚାଳୟ ଏବଂ ଚେଜିଙ୍ଗ ରୁମ୍ ।publive-image

Advertisment

ସେହିପରି ଛୋଟ ପିଲାଙ୍କ ଖେଳିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ବେଳାଭୂମିର ମଜା ନେବା ପାଇଁ ରହିଛି ବାଉଁଶର ଚେୟାର । ସମୁଦ୍ରର ନୀଳ ଜଳରାଶିର ଦୃଶ୍ୟ ଉପଭୋଗ କରିବା ପାଇଁ କରାଯାଇଛି ବାମ୍ବୁ ଟାୱାର । ସମ୍ପୂର୍ଣ୍ଣ ଅଂଚଳକୁ ସୁରକ୍ଷା ଜୋନରେ ରଖିବା ପାଇଁ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା ରହିଛି । ଦିଗବାରେଣୀ ଖୁଂଟଇ ଛକରୁ ମେ’ ଫେୟାର ହୋଟେଲ ବେଳାଭୂମି ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚାର ୯ଶହ ମିଟର ଅଂଚଳରେ ଏହି ସ୍ୱତନ୍ତ୍ର ବ୍ଲୁ ଫ୍ଲାଗ ବିଚ ପ୍ରକଳ୍ପ କାର୍ଯ୍ୟ ହୋଇଛି । ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର, ଶୌଚାଳୟ, ଚେଜିଂ ରୁମ୍, ସୋଲାର ଲାଇଟର ବ୍ୟବସ୍ଥା କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ ସମେତ ଅନ୍ତର୍ଜାତୀୟ ସୁବିଧା ରହିଛି ।publive-image

ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ପାଇଁ ଭାରତ ସରକାର  ଅନ୍ତର୍ଜାତୀୟ ଜୁରୀ  ଡେନମାର୍କକୁ ସୁପାରିସ କରିଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ପୁରୀ ବେଳାଭୂମୀ ରହିଛି । ପୁରୀରେ ପର୍ଯ୍ୟଟକଙ୍କୁ ସୁବିଧା ଦେବା ଓ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ସିସକମ ବିଗତ ଅଢେଇ ବର୍ଷରେ ଖର୍ଚ୍ଚ କରିଛି  ୮ କୋଟି ୫୦ଲକ୍ଷରୁ  ଅଧିକ ଟଙ୍କା ।