ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ଲୋକସଭାରେ ପାରିତ ହେବ ନୂଆ କ୍ରାଇମ୍ ବିଲ୍ ।

764

କନକ ବ୍ୟୁରୋ: ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ନୂଆ କ୍ରାଇମ ବିଲ ଭାରତୀୟ ନ୍ୟାୟ ସଂହିତା ବିଲ । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ । ନୂଆ ଆଇନ ଲାଗୁ ହେଲେ ଭାରତୀୟ ନ୍ୟାୟ ସଂହିତାରେ ଦଣ୍ଡବିଧାନ କରାଯିବ । ଭାରତ ସରକାର ବ୍ରିଟିଶ ଅମଳ ଆଇନକୁ ବଦଳାଇ ୩ଟି ବିଲ ଆଣିଥିଲେ । ଆଇପିସି ହେବ ଭାରତୀୟ ନ୍ୟାୟ ସଂହିତା , ସିଆରପିସି ବଦଳି ହେବ ଭାରତୀୟ ନାଗରିକ ସୁରକ୍ଷା । ଭାରତୀୟ ପ୍ରମାଣ ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ ହେବ ।

ଆଇପିସିରେ ପରିବର୍ତନ ପରେ ବିଚ୍ଛିନତାବାଦୀ କାର୍ଯ୍ୟକଳାପ, ଅସ୍ତ୍ରଶସ୍ତ୍ର ସହ ବିଦ୍ରୋହ, ବିପଦଜନକ ଗତିବିଧି ଓ ଭାରତର ସାର୍ବଭୌମତ୍ୱ,ଏକତା ଓ ଅଖଣ୍ଡତା ବିରୋଧୀ କାର୍ଯ୍ୟକଳାପ ପାଇଁ ବିଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଲରେ ଭିଡ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ଗଣଦୁର୍ଷ୍କମ ପାଇଁ ୨୦ବର୍ଷର ଜେଲ, ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ନୂଆ ବିଲରେ ମହିଳା, ଶିଶୁ, ହତ୍ୟା ଓ ଦେଶ ଦ୍ରୋହ କାର୍ଯ୍ୟକଳାପ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ସାଙ୍ଗଠନିକ ଅପରାଧ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ମୃତ୍ୟୁ ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଦଣ୍ଡରେ ପରିଣତ ବ୍ୟବସ୍ଥା ରହିଛି ।