ଉଦଘାଟନ ହେଲା ଦୟାନନ୍ଦ ଏକାଡେମୀର ନୂଆ ଭବନ । ଉନ୍ମୋଚନ ହେଲା ‘ଯୋଗ ପ୍ରକାଶ’ ପୁସ୍ତକ । 

46

କନକ ବ୍ୟୁରୋ : ଦୟାନନ୍ଦ ଏକାଡେମୀର ଏକ ନୂଆ ଭବନ ଆଜି ଉଦଘାଟନ ହୋଇଛି । ଏହି ଅବସରରେ ଦୟାନନ୍ଦ ଏକାଡେମୀର ସମସ୍ତ ଶିକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହାସହ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ବରଗଡର ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ ।

ଏହି ଅବସରରେ ଦୟାନନ୍ଦ ଏକାଡେମୀର ମୁଖ୍ୟ ପରାମର୍ଶ ଦାତା ପିକେ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହାସହ ଯୋଗ ପ୍ରକାଶ ପୁସ୍ତକକୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଦୟାନନ୍ଦ ଏକାଡେମୀର ଭାରପ୍ରପ୍ତ ଅଧ୍ୟକ୍ଷ ଅଶିଷ ଚନ୍ଦ୍ର ବିଶି, ଭରବଙ୍କନଶ୍ୱର ଏମ୍ସର ଯୋଗ ଥେରାପିଷ୍ଟ ତଥା ଦୟାନନ୍ଦ ଏକାଡେମୀର ପରାମର୍ଶ ଦାତା ରାଜେଶ କୁମାର ମାଣିକ, ବରଗଡ ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ ।