କନକ ବ୍ୟୁରୋ: କଟକ ସ୍ଥିତ ବିଷ୍ଣୁପ୍ରିୟା କମ୍ଲେକ୍ସରେ ଖୋଲିଲା ଏସିଆର ସର୍ବବୃହତ୍ତ ‘ବେବି ଓ କିଡ୍ସ’ ଷ୍ଟୋର ଫାଷ୍ଟକ୍ରାଏ. କମ୍ । ବ୍ରଜକବାଟି ରୋଡ୍ ( ଏଚଡିଏଫସି ବ୍ୟାଙ୍କ ପାଶ୍ୱର୍ରେ ଏହି ବଡ଼ ଷ୍ଟୋର ଖୋଲିଛି । ୩ ହଜାର ୭୦୦ ବର୍ଗଫୁଟ୍ ବିଶିଷ୍ଟ ଏହି ଷ୍ଟୋରରେ ଉପଭୋକ୍ତାଙ୍କ ପାଇଁ ୧୩ଟି ବର୍ଗର ୨୫୦ରୁ ଅଧିକ ବ୍ରାଣ୍ଡ୍ ପ୍ରଦର୍ଶିତ କରାଯାଉଛି । ବର୍ତ୍ତମାନ ବିଶ୍ୱରେ ଥିବା ଦେଶମାନଙ୍କ ତୁଳନାରେ ଭାରତରେ ସବୁଠୁ ଅଧିକ ଶିଶୁ ଅଛନ୍ତି । ସେହି ତୁଳନାରେ ଭାରତୀୟ ପିଲାମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀର ଶିଳ୍ପାନୁଷ୍ଠାନ ଯଥେଷ୍ଟ ନାହିଁ । ତେଣୁକରି ଏବେ ବି ପିଲାମାନଙ୍କ ନିତ୍ୟ ସାମଗ୍ରୀ/ ବେବି କେୟାର ପ୍ରଡକ୍ଟ କିଣିବାରେ ସମସ୍ୟା ହେଉଛି । ଏହାରି ଭିତରେ ଫାଷ୍ଟ, କ୍ରାଏ.କମ୍ ପ୍ରଥମେ ଭାରତରେ ୭୦୦ରୁ ଅଧିକ ଷ୍ଟୋର ଖୋଲି ସାରିଛି ।
କଟକର ଏହି ଷ୍ଟୋର ପାଇଁ ଫ୍ରାନଚାଇଜି, ଆଶିଷ ମହାନ୍ତି ଓ ହିମାନୀ ବିଶ୍ୱାଳ ଅଟନ୍ତି । ଏହି ଯୁବଦ୍ୟୋଗୀ ଦ୍ୱୟ ୧୧ ମାସ ପୂର୍ବରୁ ନିଜର ୪ ହଜାର ବର୍ଗଫୁଟ ପ୍ରଥମ ଷ୍ଟୋର ଭୁବନେଶ୍ୱର ସ୍ଥିତ ରୂପାଲି ଛକ ଜନପଥ ଠାରେ ଖୋଲିଥିଲେ । ବର୍ତ୍ତମାନ ସେହି ଫାଷ୍ଟକ୍ରାଏ ବ୍ରାଣ୍ଡ କଟକରେ କୋଲିଛନ୍ତି । ଏହାଦ୍ୱାରା ବେବି କେୟାର ପ୍ରଡକ୍ଟ କିଣିବାରେ ଆଉ ସମସ୍ୟା ଭୋଗିବେ ନାହିଁ ପିତାମାତା ବୋଲି ଫ୍ରାନଚାଇଜି ଆଶିଷ ମହାନ୍ତି କହିଛନ୍ତି ।
ତେବେ ଏହି ଷ୍ଟୋରର ଶୁଭ ଉଦଘାଟନୀର ମୁଖ୍ୟ ଅତିଥି ଭାବେ ଓଲିଉଡର ସୁପରଷ୍ଟାର ସବ୍ୟସାଚୀ ଏବଂ ଓଲିଉଡ କ୍ୱିନ୍ ଅର୍ଚ୍ଚିତା ସାହୁ , ପ୍ରତିଭାଶାଳୀ ବାଳିକା ବେବି ଆନଭି, ଯୋଗଦେଇଥିଲେ । ଏହି ଅବସରରେ କମ୍ପାନୀର ଏରିଆ ବିଜିନେସ ମ୍ୟାନେଜର ( ଓଡ଼ିଶା) ଦେବୀ ପ୍ରସନ୍ନ ଦେବାଶିଷ ଦାସ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/279081996_445514833997853_161113535027465195_n.jpg)