କଟକ ନରସିଂହପୁର ଉପକଣ୍ଠ ଅଂଚଳରେ ଏବେ ବି ନେଟୱର୍କ ଅପହଂଚ : ଅନଲାଇନ ପାଠପଢା ପାଇପାରୁନାହାନ୍ତି ଛାତ୍ରଛାତ୍ରୀ; ଘରଛାତ କିମ୍ବା ପାହାଡ ଉପରେ ଭରସା

240

କନକ ବ୍ୟୁରୋ : ଦୀପତଳ ଅନ୍ଧାର ।  କଟକ ନରସିଂହପୁର ଉପକଣ୍ଠ କାକୁଡିଆରେ  ମୋବାଇଲ ନେଟୱର୍କ ଅପହଂଚ ।  ନେଟୱର୍କ  ନଥିବାରୁ ଅନଲାଇନ ଶିକ୍ଷାରୁ ବଂଚିତ ହୋଇଛନ୍ତି ଛାତ୍ରଛାତ୍ରୀ ।  ଫଳରେ  ଛାତ୍ରଛାତ୍ର ଅନଲାଇନ କ୍ଲାସ ପାଇଁ  ଘରଛାତ କିମ୍ବା ଜଙ୍ଗଲ ପାହାଡ ଉପରେ ଭରସା କରୁଛନ୍ତି ।  ନରସିଂହପୁର ବ୍ଲକର କାକୁଡିଆ ଅଂଚଳରେ ଏବେ ବି ମୋବାଇଲ ସେବା ଅପହଂଚ ହୋଇ ରହିଛି । ଅନେକଙ୍କ କ୍ଷେତ୍ରରେ  ଦାମୀ ମୋବାଇଲ କିଣିବା ସମ୍ଭବ ହେଉନାହିଁ ।  ଆଉ କିଛି ସାଙ୍ଗମାନଙ୍କ ମୋବାଇଲରେ ମିଶି ପାଠ ପଢୁଛନ୍ତି ।

କାକୁଡିଆ  ଜଗନ୍ନାଥ ସାହିର ଉପର ସାହିକୁ ଆଦୌ କୌଣସି ନେଟୱର୍କ ନଥିବାରୁ  ସ୍କୁଲ ଓ କଲେଜରେ ପଢୁଥିବା ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ନିକଟସ୍ଥ  ପାହାଡ ଓ ଜଙ୍ଗଲକୁ ଯାଇ ପାଠ ପଢୁଛନ୍ତି ।  ବିଶେଷକରି ଅନଲାଇନ କ୍ଲାସ ଖରାବେଳେ ହେଉଥିବାରୁ  ଛାତ୍ରଛାତ୍ର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।