କନକ ବ୍ୟୁରୋ : ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ଯୋଜନା । ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି, ଫାଟୁ ସିନେରି । ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶର ଘୋଷଣା । ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା ହୋଇଛି । ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ।
କୋଟିଆରେ ଆନ୍ଧ୍ର-ଓଡିଶା ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି । ଅନେକଥର ସମାଧାନ କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଏହାରି ମଧ୍ୟରେ ଆନ୍ଧ୍ର ବଡ ଷଡଯନ୍ତ୍ର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/31-2.jpg)