କନକ ବ୍ୟୁରୋ : ପୂର୍ବ ସରକାର ଶିକ୍ଷାର ବିକାଶ ଲାଗି ପ୍ରତି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି।୨୦୧୯ରେ ରାଜକନିକା ବ୍ଲକର ଆଦର୍ଶ ବିଦ୍ୟାଳୟ ଅଚିନ୍ତାରେ ଖୋଲା ଯାଇଛି। ୨୦୨୨ ମସିହାରୁ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬କୋଟି ବ୍ୟୟରେ ବିଦ୍ୟାଳୟ କୋଠା ନିର୍ମାଣ କରାଯାଇଛି। ବର୍ଷେ ତଳୁ ବିଦ୍ୟାଳୟ କୋଠା ଉଦଘାଟନ ହୋଇସାରିଛି। ହେଲେ ବିଦ୍ୟାଳୟକୁ ଯିବା ପାଇଁ ବାଟ ନଥିବାରୁ ଅନ୍ୟ ଏକ ବିଦ୍ୟାଳୟରେ ପଢୁଛନ୍ତି ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ।

Advertisment

ରାଜକନିକା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ - ରାଜକନିକା ବାଳିକା ବିଦ୍ୟାଳୟରେ ପଢୁଛନ୍ତି। ଷଷ୍ଠ ଶ୍ରେଣୀରେ ୮୦, ସପ୍ତମରେ ୮୨ ଓ ଅଷ୍ଟମରେ ୮୧ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଘରଗୁଡିକ ଛୋଟଛୋଟ ଥିବାରୁ କିଛି ଛାତ୍ରଛାତ୍ରୀ ବେଞ୍ଚ-ଡେକ୍ସରେ ବସୁଛନ୍ତି । ଆଉ କିଛି ପିଲା ତଳେ ବସିବାକୁ ବାଧ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ ଉତମ ଶିକ୍ଷା ଆଶାରେ ଆସିଥିବା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଆବଶ୍ୟକ ଲାବ୍ରୋଟାରି, ଇଲାଇବ୍ରେରୀ, କମ୍ପୁଟର ରୁମ ଓ ଖେଳ ପଡିଆ ନାହିଁକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ନାହିଁ। ପ୍ରଶାସନର ଅବହେଳା ଲାଗି ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି ବୋଲି ଅବିଭକ ଅଭିଯୋଗ କରିଛନ୍ତି।