କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିରେ ଆରମ୍ଭ ହୋଇଛି ରାସ୍ତା ଅବରୋଧ କାମ । ବାତ୍ୟା ଗୁଲାବ ପ୍ରଭାବରେ ରାଲେଗଡ଼ା ଓ ସୁଙ୍କି ଗାଁରେ ମାଟି ଅତଡା ଖସିଥିଲା । ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିବାବେଳେ ସେଠାରେ ଏନଡିଆରଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ମାଟି ଅତଡା ଖସିବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ମଟର ଅଟକି ରହିଛି । ଯାତାୟତରେ ସମସ୍ୟା ସୃ୍ଷ୍ଟି ହୋଇଛି । ବତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଏପରି ସ୍ଥିତି ସୃ୍ଷ୍ଟି ହୋଇଛି । ତେବେ ରାସ୍ତା ଅବରୋଧ ଯୋଗିଁ ଶହଶହ ଯବାନଙ୍କ ସହ କିଛି ଆମ୍ବୁଲାନ୍ସ ଫସି ରହିଥିବା ସୂଚନା ମିଳିଛି । ଆନ୍ଧ୍ର ଓ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କୋରାପୁଟ ଜିଲ୍ଲାପାଳ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/21-34.jpg)