ଆରୟନ ଖାନ ଗିରଫ ମାମଲାରେ ବୈଦେଶିକ ମନ୍ତ୍ରାଳୟ ସହାୟତା ଲୋଡ଼ିଲା ଏନସିବି । ଚାଟରେ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ କରାଯିବ ଖୋଳତାଡ଼ ।

171

କନକ ବ୍ୟୁରୋ: ଅକ୍ଟୋବର ୨ ତାରିଖରେ ମୁମ୍ୱାଇର କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ପାଇଁ ଅଡୁଆ କମିବାର ନାଁ ଧରୁନି । ଆରୟନଙ୍କ ଜାମିନ୍ ନେଇ ଆଗାମୀ ଶୁଣାଣି ହେବ ଅକ୍ଟୋବର ୨୦ ତାରିଖରେ । ଏହା ଭିତରେ ଆରୟନ ଖାନ ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି । ସେପଟେ ମାମଲାରେ ଏନସିବି ଆଣିଛି ନୂଆ ଖିଅ । ଆର୍ୟନଙ୍କ ଫୋନରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନ୍ତର୍ଜାତୀୟ ଲିଙ୍କ୍ ଆଶଙ୍କା କରୁଛି ଏନସିବି । ଏହାକୁ ନେଇ ଏନସିବି ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛି ।

ଆରୟନଙ୍କ ମୋବାଇଲରୁ ମିଳିଥିବା ଡ୍ରଗ୍ସ ଚାର୍ଟରୁ ଅନ୍ତର୍ଜାତୀୟ ଲିଙ୍କ୍ ପାଇବା ଆଶଙ୍କା କରୁଛି ଏନସିବି । ତେବେ ଏହି ମୋବାଇଲ ଚାଟରେ ବୈଦେଶିକ ଲିଙ୍କ ଅଛି କି ନାହିଁ ତାର ଖୋଳତାଡ଼ ପାଇଁ ଏବେ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଛି ଏନସିବି ।

ଗତ ଅକ୍ଟୋବର ୨ ତାରିଖରେ ମୁମ୍ୱାଇ ସମୁଦ୍ର ମଧ୍ୟରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ସମୟରେ ଚଢଉ କରିଥିଲା ଏନସିବି । ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ସହିତ ପ୍ରାୟ ୨୦ ଜଣ ଗିରଫ ହେଲେଣି । ଏହି ମାମଲାରେ ତଦନ୍ତ ବେଳେ ଏନସିବିକୁ ଆରୟନ ଖାନଙ୍କ ମୋବାଇଲ ଫୋନରୁ ବହୁ ଚାଟ୍ ମିଳିଥିଲା । ଏଥିରେ ଡ୍ରଗ୍ସ ଚାଟ୍ ରହିଥିବା ଏବଂ ବିଦେଶୀ ନାଗରିକଙ୍କ ଏହି ଚାଟ୍ ଥିବା କଥା ମଧ୍ୟ ଏନସିବି କହିଥିଲା । ଏହାକୁ ନେଇ ଅଧିକ ତଦନ୍ତ କରିବାକୁ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଛି ଏନସିବି । ଏହି ଘଟଣାରେ ଆରୟନ ଖାନଙ୍କ ସହିତ ଚାଟରେ ସଂପୃକ୍ତ ବ୍ୟକ୍ତିଙ୍କ ସହିତ ଡ୍ରଗ୍ସ କାରବାର ନେଇ ପୁରା ଖୋଳତାଡ କରିବାକୁ ଚାହୁଁଛି ଏନସିବି । ସେଥିପାଇଁ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛି ଏନସିବି । ଫଳରେ ଦେଶ ବାହାରେ ଏହି ଡ୍ରଗ୍ସ କାଣ୍ଡର ଚେରର ଖୋଳତାଡ କରିପାରିବ ଏନସିବି । ସେପଟେ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୦ ତାରିଖ ଯାଏଁ ଟଳିବା ପରେ ଆରୟନ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି । ଆରୟନ ଖାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଆସନ୍ତା ୨୦ ତାରିଖ ଯାଏଁ ରହିବେ ।

  • ମୁମ୍ୱାଇର ଆର୍ଥର ରୋଡ୍ ଜେଲରେ ଆରୟନ ଖାନ
  • ଆସନ୍ତା ୨୦ ତାରିଖ ଯାଏଁ ଆର୍ଥର ରୋଡ ଜେଲରେ ରହିବେ ଆରୟନ
  • ଜେଲରେ ଆରୟନଙ୍କ କଏଦୀ ନଂ ଏନ୍ ୯୫୬
  • ଜେଲର ସବୁ କଏଦୀଙ୍କୁ ମିଳିଥାଏ ନମ୍ବର । ସେହି କ୍ରମରେ ଆରୟନଙ୍କୁ ଦିଆଯାଇଛି କଏଦୀ ନମ୍ବର
  • ଜେଲରେ ହାତଖର୍ଚ ପାଇଁ ଶାହାରୁଖ ପଠାଇଲେ ଟଙ୍କା
  • କ୍ୟାଂଟିନ ଖର୍ଚ୍ଚ ପାଇଁ ଆରୟନଙ୍କୁ ଆସିଛି ୪୫୦୦ ଟଙ୍କାର ମନିଅର୍ଡର
  • ଜଣେ କଏଦୀଙ୍କୁ ମାସିକ ଥରେ ସର୍ବାଧିକ ୪୫୦୦ ଟଙ୍କାର ମନିଅର୍ଡର ଆସିବା ଅନୁମତି ରହିଛି
  • ଆର୍ଥର ରୋଡ ଜେଲରୁ ଘର ସହିତ ଭିଡିଓ କଲରେ କଥା ହେଲେ ଆର୍ୟନ

ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଥିବା ଏନସିବି ଅଧିକାରୀ ସମୀର ୱାନଖେଡେଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇଛି । ତାଙ୍କ ଗତିବିଧି ଉପରେ ମୁମ୍ୱାଇ ପୋଲିସର କିଛି କର୍ମଚାରୀ ନଜର ରଖୁଥିବା ନେଇ ଅଭିଯୋଗ ଆଣିିଥଲେ ସମୀର । ଏହାକୁ ଆଧାର କରି ତାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି ।