କନକ ବ୍ୟୁରୋ : ଆଜି ପାଇଁ ଦୀପିକା ପାଦୁକୋନଙ୍କୁ ପଚରା ଉଚରା ଶେଷ ହୋଇଛି । ଦୀପିକାକୁ ପ୍ରାୟ ସାଢେ ୫ ଘଣ୍ଟା ଧରି ଜେରା କରିଥିଲା ଏନସିବି । ଡ୍ରଗ୍ସ ଲିଙ୍କ ନେଇ କରିସ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ପଚରା ଉଚରା କଲା ଏନିସିବି । ଦୀପିକାଙ୍କ କିଛି ଉତ୍ତରରେ ଏନସିବି ସନ୍ତୁଷ୍ଟ ନଥିବା ସୂଚନା ମିଳିଛି ।
ଜେରା ବେଳେ ଦୀପିକା ଡ୍ରଗ୍ସ ଚାଟ କରିଥିବା ନେଇ ସତ ମାନିଥିଲେ । ସେ ୨୦୧୭ରେ ହେସ୍ ଯୋଗାଇ ଦେବାକୁ କରିସ୍ମାକୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇହାକୁ କହିଥିଲେ । ପଦ୍ମାବତ ଫିଲ୍ମ ସୁଟିଂ ପରେ କୋକୋ ରେଷ୍ଟୁରାଣ୍ଟରେ ହୋଇଥିଲା ଡ୍ରଗ୍ସ ପାର୍ଟି ।
ଏହାସହ ଆଜି ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ଜେରା କରୁଛି । ହେଲେ ଶ୍ରଦ୍ଧା ଡ୍ରଗ୍ସ ନେଇନଥିବା ଅସ୍ୱିକାର କରିଛନ୍ତି । ସେ ପାର୍ଟିକୁ ଯାଇଥିଲେ ହେଲେ ଡ୍ରଗ୍ସ ନେଇନଥିଲେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସାରା ଅଲ୍ଲୀ ଖାନ ମଧ୍ୟ ଆଜି ଏନିସିବିରେ ହାଜର ହୋଇଛନ୍ତି ।
ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂଙ୍କୁ ସମନ କରିଥିଲା ଏନସିବି । ତେବେ ଏହି ଘଟଣାରେ ଆଜି ସବୁ ଅଭିନେତ୍ରୀ ଏନସିବିରେ ହାଜର ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/36-5.jpg)