କୋର୍ଟରେ ଏନସିବିର ଜବାବ ଦାଖଲ: କହିଲା, ଡ୍ରଗ୍ସ ମିଳିନଥିଲେ ବି ଷଡଯନ୍ତ୍ରରେ ସାମିଲ ଆରୟନ

112

କନକ ବ୍ୟୁରୋ: କ୍ରୁଜ୍ ଡ୍ରଗ୍ସ କେସ୍ ମାମଲାରେ କୋର୍ଟରେ ଜବାବ ଦାଖଲ କଲା ଏନସିବି । ଆରୟନ ଖାନ୍ ଓ ମୁନମୁନ୍ ଧନେଚାଙ୍କ ଜାମିନ୍ ଆବେଦନ ଉପରେ ଏନସିବି ଜବାବ ଦାଖଲ କରିଛି । ଏନସିବି କୋର୍ଟକୁ କହିଛି, ଆରୟନ ଖାନ୍ଙ୍କ ନିକଟରୁ ଡ୍ରଗ୍ସ ମିଳିନାହିଁ, କିନ୍ତୁ ସେ ପେଡଲରଙ୍କ ସର୍ମ୍ପକରେ ଥିଲେ, ଯାହାକି ବଡ ଷଡଯନ୍ତ୍ର, ଏହାର ଯାଂଚ ହେବା ଜରୁରୀ । ସେହିପରି ଏନସିବି କହିଛି, ଘଟଣାରେ ବିଦେଶୀ ଲିଙ୍କ ଥିବାରୁ ଅଧିକ ଯାଂଚର ଆବଶ୍ୟକତା ରହିଛି । ଆଉ କିଛି ସମୟ ପରେ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆରୟନ ଖାନ୍ଙ୍କ ଜାମିନ ଆବେଦନର ଶୁଣାଣି କରାଯିବ ।

ଆରୟନ୍ ଖାନ୍ଙ୍କ ଓକିଲ ଅମିତ ଦେଶାୟୀ ସତିଶ୍ ମାନସିନେ୍ଧ ଓ ଶାହାରୁଖ ଖାନ୍ଙ୍କ ମ୍ୟାନେଜର ପୂଜା ଦଦଲାନି କୋର୍ଟରେ ପହଂଚିସାରିଛନ୍ତି । କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୩ରେ ଆରୟନଙ୍କୁ ଗିରଫ କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏବେ ମୁମ୍ବାଇ ଆର୍ଥର ରୋଡ ଜେଲରେ ଅଛନ୍ତି ଆରୟନ ଖାନ । ଏନସିବି ଏହି ଡ୍ରଗ୍ସ ପାର୍ଟି ମାମଲାରେ ଏଯାଏଁ ୨୦ ଜଣଙ୍କୁ ଗିରଫ କରିସାରିଲାଣି ।