କନକ ବ୍ୟୁରୋ : ଡଗ୍ରସ୍ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜାମିନ ଆବେଦନ କରିଛନ୍ତି। ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ଛି। ଭିଡିଓ କନଫରେନସିଂ ଜରିଆରେ ଏବେ ବି ଏହି ମାମଲାର ଶୁଣାଣି ଚାଲିଛି।
ଉଲ୍ଲେଖଯୋଗ୍ୟ, ଡଗ୍ରସ୍ କାରବାର ଅଭିଯୋଗରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଆଜି ଗିରଫ କରିବା ପରେ ତାଙ୍କ ବିରୋଧରେ ଧାରା ୮ (ସି), ୨୦ (ବି), ୨୭ (ଏ), ୨୮ ଏବଂ ୨୯ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଛି। ଗିରଫ କରିବା ପରେ ଏନ୍ସିବି ଅଧିକାରୀମାନେ ଅଭିନେତ୍ରୀ ରିୟାଙ୍କୁ ସିଓନ୍ ହସ୍ପିଟାଲକୁ ନେଇ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣି ରିୟାଙ୍କୁ ଏନ୍ସିବି କାର୍ଯ୍ୟାଳୟକୁ ଅଣାଯାଇଛି। ସନ୍ଧ୍ୟା ସାଢ଼େ ୭ଟାରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ରିୟାଙ୍କୁ କୋର୍ଟରେ ହାଜର କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Riha-750x430.jpg)