ୱାର୍ମଅପ୍ ବେଳେ ବଲିଉଡ ଗୀତରେ ନାଚିଲେ ନୌସେନା ଟ୍ରୁପ: ଦେହରେ ୟୁନିଫର୍ମ, ହାତରେ ବନ୍ଧୁକ ଧରି ନାଚିବା ବେଳର ଭିଡିଓ ଭାଇରାଲ

137

କନକ ବ୍ୟୁରୋ: ଭାଇରାଲ ହେଉଛି ଭାରତୀୟ ନୌସେନାର ଅଭ୍ୟାସ ଭିଡିଓ । ୭୩ ତମ ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ବିଜୟ ଚୌକରେ ଚାଲିଛି ରିହର୍ସଲ । ଫୁଲ ଡ୍ରେସ ରିହର୍ସଲ ବେଳେ ଭାରତୀୟ ନୌସେନାର ଏକ ଟ୍ରୁପ ବଲିଉଡ ଗୀତରେ ନାଚୁଥିବା ଦେଖାଯାଉଛି । ଏହା ୱାର୍ମଅପ ସମୟର ଭିଡିଓ । ଅର୍ଥାତ ଅଭ୍ୟାସ ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେନା ଯବାନ । ଦେହରେ ୟୁନିଫର୍ମ ଓ ହାତରେ ବନ୍ଧୁକ ଧରି ଏମାନେ ପ୍ରତିଷ୍ଠିତ ବଲିଉଡ ଫିଲ୍ମ ‘ଅପନା ଦେଶ’ର ଗୀତର ତାଳେତାଳେ ନାଚୁଛନ୍ତି ।

ଆରଡି ବର୍ମନ ଓ ଆଶା ଭୋସଲେଙ୍କ ଏହି ପପୁଲାର ଗୀତର ତାଳରେ ଭାରତୀୟ ସେନା ଯବାନ ବାଜା ବଜାଇବା ସହ ନାଚୁଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏହି ଭିଡିଓକୁ ଟ୍ୱିଟ୍ କରାଯାଇଛି । ଏବଂ ୭୩ ତମ ଗଣତନ୍ତ୍ର ଦିବସରେ ପରେଡର ଅନୁଭୂତି ନେବା ପାଇଁ ଅନଲାଇନରେ ସିଟ୍ ବୁକ କରିବାକୁ ଆହ୍ୱାନ କରାଯାଇଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେବଳ ଅଭ୍ୟାସ ବେଳର ଏକ ଭିଡିଓ ବୋଲି ସ୍ପଷ୍ଟ ହୋଇଛି । ଔପଚାରିକ ଭାବେ ପରେଡରେ ଏଭଳି ଗୀତ ପରିବେଷଣ କରାଯାଏ ନାହିଁ ବୋଲି ଜଣାପଡିଛି ।