ଡିସେମ୍ବର ୧୪ରେ ଦେଶବ୍ୟାପୀ ପୁଣି ହେବ ଆନ୍ଦୋଳନ । ପୂରା ଦେଶରେ ଧାରଣା, ପ୍ରତିବାଦ ପାଇଁ ଚାଷୀ ସଂଗଠନ ଦେଲା ଡାକରା ।

2,402

କନକ ବ୍ୟୁରୋ : ତେଜୁଛି କୃଷି ଆନ୍ଦୋଳନ । ଆଜି ସରକାରଙ୍କ ପ୍ରସ୍ତାବକୁ ନା ମଞ୍ଜୁର କରିଛନ୍ତି କୃଷକ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଦିନ ପୂରା ଦେଶରେ ଧାରଣା ଓ ପ୍ରତିବାଦ ସହ ଜୟପୁର ଓ ଦିଲ୍ଲୀ ହାଇୱେରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି ।

ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ । କଂଗ୍ରେସ, ଏନସିପି, ସିପିଆଇ, ସିପିଆଇଏମ ସହ ବିରୋଧୀ ରାଜନୈତିକ ଦଳର ଏକ ପ୍ରତିନିଧି ଧଳ ରାଷ୍ଟ୍ରପତିଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି ରାହୁଲ ଗାନ୍ଧୀ, ଶରଦ ପାୱାରା, ସାତାରାମ ୟେଚୁରୀ କୁୃଷି ଆଇନ୍ ହଟାଇନେବାକୁ ଦାବି କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ । ଖୁବଶୀଘ୍ର କୃଷି ଆଇନ ପ୍ରତ୍ୟାହାର କରାଯାଉ । ପିଏମ କର୍ପୋରେଟ ବନ୍ଧୁଙ୍କୁ ଖୁସି କରାଇବାକୁ ଏ ସବୁ କରାନଯାଉ । ମୋଦି କହୁଛନ୍ତି ଏ ଆଇନ ଚାଷୀଙ୍କ ହିତ ପାଇଁ , ଯଦି ହିତ ପାଇଁ କରାଯାଇଛି ତେବେ ଆଜି ଚାଷୀ କଣ ପାଇଁ ରାସ୍ତାକୁ ଓହ୍ଲାଇଛି ।