କମାଲ୍ କଲେ କୁକୁର! ରାଜଧାନୀରେ ଜାତୀୟ ସ୍ତରୀୟ ଡଗ୍ ଶୋ’...ପ୍ରଥମ ଦିନରେ ଭାଗନେଲେ ୧୨୧ ପ୍ରଜାତିର କୁକୁର, ଭଳିକି ଭଳି କୌଶଳ ଦେଖାଇ ମନ ଜିଣିଲେ

Advertisment
କମାଲ୍ କଲେ କୁକୁର! ରାଜଧାନୀରେ ଜାତୀୟ ସ୍ତରୀୟ ଡଗ୍ ଶୋ’...ପ୍ରଥମ ଦିନରେ ଭାଗନେଲେ ୧୨୧ ପ୍ରଜାତିର କୁକୁର, ଭଳିକି ଭଳି କୌଶଳ ଦେଖାଇ ମନ ଜିଣିଲେ

କନକ ବ୍ୟୁରୋ: ଓଡ଼ିଶା କେନେଲ କ୍ଲବ ପକ୍ଷରୁ ଆୟୋଯିତ ଜାତୀୟ ସ୍ତରୀୟ ଡ଼ଗ୍ ଶୋ’ ଗତକାଲି ୟୁନିଟ-୬ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓବିଡ଼ିଏନ୍ସ ଟ୍ରାଏଲ୍ସ ସହିତ ଜର୍ମାନ ସେଫର୍ଡ଼ ଡ଼ଗ୍ ସ୍ପେସିଆଲିଟି, ଲାବ୍ରାଡ଼ର ସ୍ପେସିଆଲିଟି, ବିଗଲ ସ୍ପେସିଆଲିଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଚାରକ ମାନଙ୍କ ଉପସ୍ଥିତିରେ କୁକୁର ମାନଙ୍କ ଖେଳୁଆଡ଼ ମନୋଭାବ ଦେଖିବାକୁ ମିଳିଛି ।

publive-image

ବିଚାରକ ମାନଙ୍କ ପାଟିରୁ ସ୍ଲୋ ୱାକ୍ ଶୁଣିବା ମାତ୍ରେ କୁକୁରଙ୍କୁ ମନମତାଣିଆ ଚାଲି ଦେଖିବାକୁ ମିଳିଥିଲା । ମନେଇ ପାରିଲେ କୁକୁର ମାନେ ବି ଧୌର୍ଯ୍ୟ ଏବଂ ସ୍ଥିରତା ପ୍ରଦର୍ଶନ କରିପାରନ୍ତି ତାହା ଏହି ନିଦର୍ଶନରୁ ଦେଖିବାକୁ ମିଳିଛି । ଏକକାଳୀନ ଧାଡ଼ି ହୋଇ ମୁହଁମାଡ଼ି ବସିଥିବା ବେଳେ ଲୋକଙ୍କୁ କଣେଇ ଚାହିଁବାର ଦୃଶ୍ୟ କୌତୁହଳ ସୃଷ୍ଟିକରିଥିଲା । ଆଜି ପ୍ରାୟ ୩୦ଟି ପ୍ରଜାତିର ୩ଶହ କୁକୁର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe