କମାଲ୍ କଲେ କୁକୁର! ରାଜଧାନୀରେ ଜାତୀୟ ସ୍ତରୀୟ ଡଗ୍ ଶୋ’…ପ୍ରଥମ ଦିନରେ ଭାଗନେଲେ ୧୨୧ ପ୍ରଜାତିର କୁକୁର, ଭଳିକି ଭଳି କୌଶଳ ଦେଖାଇ ମନ ଜିଣିଲେ

ଆଜିର ଆକର୍ଷଣ ୩୦ ପ୍ରଜାତିର ୩ ଶହ କୁକୁର

749

କନକ ବ୍ୟୁରୋ: ଓଡ଼ିଶା କେନେଲ କ୍ଲବ ପକ୍ଷରୁ ଆୟୋଯିତ ଜାତୀୟ ସ୍ତରୀୟ ଡ଼ଗ୍ ଶୋ’ ଗତକାଲି ୟୁନିଟ-୬ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓବିଡ଼ିଏନ୍ସ ଟ୍ରାଏଲ୍ସ ସହିତ ଜର୍ମାନ ସେଫର୍ଡ଼ ଡ଼ଗ୍ ସ୍ପେସିଆଲିଟି, ଲାବ୍ରାଡ଼ର ସ୍ପେସିଆଲିଟି, ବିଗଲ ସ୍ପେସିଆଲିଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଚାରକ ମାନଙ୍କ ଉପସ୍ଥିତିରେ କୁକୁର ମାନଙ୍କ ଖେଳୁଆଡ଼ ମନୋଭାବ ଦେଖିବାକୁ ମିଳିଛି ।

ବିଚାରକ ମାନଙ୍କ ପାଟିରୁ ସ୍ଲୋ ୱାକ୍ ଶୁଣିବା ମାତ୍ରେ କୁକୁରଙ୍କୁ ମନମତାଣିଆ ଚାଲି ଦେଖିବାକୁ ମିଳିଥିଲା । ମନେଇ ପାରିଲେ କୁକୁର ମାନେ ବି ଧୌର୍ଯ୍ୟ ଏବଂ ସ୍ଥିରତା ପ୍ରଦର୍ଶନ କରିପାରନ୍ତି ତାହା ଏହି ନିଦର୍ଶନରୁ ଦେଖିବାକୁ ମିଳିଛି । ଏକକାଳୀନ ଧାଡ଼ି ହୋଇ ମୁହଁମାଡ଼ି ବସିଥିବା ବେଳେ ଲୋକଙ୍କୁ କଣେଇ ଚାହିଁବାର ଦୃଶ୍ୟ କୌତୁହଳ ସୃଷ୍ଟିକରିଥିଲା । ଆଜି ପ୍ରାୟ ୩୦ଟି ପ୍ରଜାତିର ୩ଶହ କୁକୁର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ ।