କନକ ବ୍ୟୁରୋ: ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଘୋଷଣା କରିଛନ୍ତି । ଜାତୀୟ ରାଜପଥର ଅନେକ ସ୍ଥାନରେ ଖାଲଢିପ ସହିତ ଅନେକ ସମସ୍ୟା ରହିଛି । ଯେଉଁଥିପାଇଁ ଦୁର୍ଘଟଣା ମଧ୍ୟ ଘଟୁଛି । ଏପରି ସ୍ଥିତିରେ ଜାତୀୟ ରାଜପଥ ମରାମତି ପାଇଁ ଦାବି ହୋଇଆସୁଥିଲା । ଗଡକରୀ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ମରାମତି କାମ ଶେଷ କରିବାକୁ ଡେଡ ଲାଇନ୍ ତିଆରି ହୋଇଛି । ଏଥିପାଇଁ ଯୁବ ଇଞ୍ଜିନିୟରଙ୍କୁ ନିଯୁକ୍ତି କରାଯିବ । ସେହିପରି ଜାତୀୟ ରାଜପଥରେ ପାଣି ନିଷ୍କାସନ ନେଇ ଯେଉଁ ସମସ୍ୟା ରହିଛି ତାହାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।