ନ୍ୟାଶନାଲ ହେରାଲ୍ଡ ମାମଲା, ରାହୁଲ ଗାନ୍ଧୀଙ୍କୁ ନୂଆ ସମନ ଜାରି କଲା ଇଡି ।

83

କନକ ବ୍ୟୁରୋ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୨ୟ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଜୁନ ୨ରେ ଜେରା ହେବାକୁ ଇଡି ସମନ କରିଥିଲା । ହେଲେ ବିଦେଶରେ ଥିବା ଦର୍ଶାର୍ଇ ରାହୁଲ ଅଧିକ ସମୟ ମାଗିଥିଲେ ଓ ଇଡି ତାଙ୍କୁ ନୂଆ ସମନ ଜାରି କରି ଜୁନ ୧୩ରେ ହାଜର ହେବାକୁ କହିଛି ।

ରାହୁଲଙ୍କ ସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ ୮ରେ ହାଜର ହେବାକୁ ସମନ କରିଛି ଇଡି । ତେବେ ୨ ତାରିଖରେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିବା କଂଗ୍ରେସ ସୂଚନା ଦେଇଥିଲା । ଦଳର ବରିଷ୍ଠ ନେତା ରଣଦୀପ ସୂର୍ଜେୱାଲା କହିଛନ୍ତି ସୋନିଆ ଧାର୍ଯ୍ୟ ତାରିଖରେ ଇଡି କାର୍ଯ୍ୟାଳୟରେ ପହଁଚିବେ । ୨୦୧୪ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା ।