ଦିଲ୍ଲୀରେ ବାଣ ବିକ୍ରି ଉପରେ କଟକଣା ଲଗାଇଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ : ୩୦ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରତିବନ୍ଧକ 

ବାୟୁ ପ୍ରଦୂଷଣ ବିପଦଜନକ ସ୍ଥିତିରେ ଥିବାରୁ ବାଣ ଫୁଟା ନିଷେଧ

52

କନକ ବ୍ୟୁରୋ : ଦିଲ୍ଲୀ –ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣଙ୍କୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବଡ ନିଷ୍ପତି ଶୁଣାଇଛନ୍ତି ।  ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଟ୍ରିବ୍ୟୁନାଲ । ଆଜି ମଧ୍ୟରାତ୍ରିଠାରୁ ନଭେମ୍ବର ୩୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତ ପ୍ରକାର ବାଣ ଫୁଟାଇବା ଉପରେ କଟକଣା ଲାଗୁକରିଛନ୍ତି ଏନଜିଟି । ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ ।

ଅନ୍ୟ ଯେଉଁ ସ୍ଥାନଗୁଡିକରେ ବାୟୁର ଗୁଣବତା ସାମାନ୍ୟ ଭଲଥିଲା ସେଠାରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯିବ । ଏହିସବୁ ସ୍ଥାନରେ କେବଳ ଦୁଇଘଂଟା ପାଇଁ ବାଣ ଫୁଟାିବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ହାର ବଢୁତିବାରୁ ,ଭଳି ନିଷ୍ପତି ନିଆଯାଇଥିବା କହିଛି ଏନଜିଟି । ପୂର୍ବରୁ ବାଣ ଫୁଟାଇବା ଉପରେ  ଦିଲ୍ଲୀ ସରକାର ପ୍ରତିବନ୍ଧକ ଜାରି କରିସାରିଛନ୍ତି । କିନ୍ତୁ ପଡୋଶୀ ହରିୟାଣା ଓ ଉତରପ୍ରଦେଶରେ  ବାଣ ଉପରେ ପ୍ରତିବନ୍ଧକ  ଲଗାଯାଇନି ।

Comments are closed.