କନକ ବ୍ୟୁରୋ : ଦିଲ୍ଲୀ –ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣଙ୍କୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବଡ ନିଷ୍ପତି ଶୁଣାଇଛନ୍ତି । ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଟ୍ରିବ୍ୟୁନାଲ । ଆଜି ମଧ୍ୟରାତ୍ରିଠାରୁ ନଭେମ୍ବର ୩୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତ ପ୍ରକାର ବାଣ ଫୁଟାଇବା ଉପରେ କଟକଣା ଲାଗୁକରିଛନ୍ତି ଏନଜିଟି । ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ ।
ଅନ୍ୟ ଯେଉଁ ସ୍ଥାନଗୁଡିକରେ ବାୟୁର ଗୁଣବତା ସାମାନ୍ୟ ଭଲଥିଲା ସେଠାରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯିବ । ଏହିସବୁ ସ୍ଥାନରେ କେବଳ ଦୁଇଘଂଟା ପାଇଁ ବାଣ ଫୁଟାିବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ହାର ବଢୁତିବାରୁ ,ଭଳି ନିଷ୍ପତି ନିଆଯାଇଥିବା କହିଛି ଏନଜିଟି । ପୂର୍ବରୁ ବାଣ ଫୁଟାଇବା ଉପରେ ଦିଲ୍ଲୀ ସରକାର ପ୍ରତିବନ୍ଧକ ଜାରି କରିସାରିଛନ୍ତି । କିନ୍ତୁ ପଡୋଶୀ ହରିୟାଣା ଓ ଉତରପ୍ରଦେଶରେ ବାଣ ଉପରେ ପ୍ରତିବନ୍ଧକ ଲଗାଯାଇନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/15-11.jpg)