ସୁଶାନ୍ତ ଆତ୍ମହତ୍ୟା ମାମଲା । ଗାର୍ଲଫ୍ରେଣ୍ଡ ରିୟାଙ୍କ ମୁମ୍ବାଇ ଘରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଟିମ, ଡ୍ରଗ୍ସ ମାମଲାରେ ଖୁଲାସା ପରେ ଚଢାଉ

218

କନକ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତିଙ୍କ ଘରେ ରେଡ କରିିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଜି ସକାଳେ ଏନସିବିର ଏକ ଟିମ ରିୟା ଚକ୍ରବର୍ତିଙ୍କ ବାସଭବନରେ ପହଂଚି ଛାନଭିନ୍ କରୁଛନ୍ତି । ଡ୍ରଗ୍ସ ଆଂଗଲକୁ ନେଇ ରିୟାଙ୍କ ଘରେ ଏନସିବି ଟିମ ସର୍ଚ୍ଚ କରୁଥିବା ସୂଚନା ମିଳିଛି । ସେପଟେ ସେମୁଆଲ ମିରିଣ୍ଡାଙ୍କ ଘରେ ମଧ୍ୟ ଏନସିବି ଟିମ ସର୍ଚ୍ଚ କରୁଛନ୍ତି । ରିୟା ଓ ତାଙ୍କ ଭାଇ ଶୌଭିକ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା କଥାବାର୍ତା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନସିବି । ସେପଟେ ଦୁଇ ଜଣ ଡ୍ରଗ୍ସ ପେଡଲରଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛି ।

ଗିରଫ ଡ୍ରଗ୍ସ ପେଡଲର ଜେରା ବେଳେ ଶୌଭିକ ଚକ୍ରବର୍ତି ଓ ସାମୁଏଲ ମିରାଣ୍ଡାଙ୍କ ନାମ ନେଇଥିଲେ । ଜାତୀୟ ଗଣମାଧ୍ୟମରେ ଡ୍ରଗ୍ସକୁ ନେଇ ଶୌଭିକ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟର ଖୁଲାସା କରାଯାଇଥିଲା । ଯେଉଁଥିରେ ରିୟା ନିଜ ଭାଇ ଶୌଭିକଙ୍କୁ ଡ୍ରଗ୍ସ ମାଗିଥିବା ଦେଖିବାକୁ ମିଳିଛି । ଏପଟେ ଜେରା ବେଳେ ରିୟା ଚକ୍ରବର୍ତି ଡ୍ରଗ୍ସ ନେବା ଘଟଣାକୁ ଅସ୍ୱିକାର କରୁଥିବା ବେଳେ ଭାଇଙ୍କୁ କରିଥିବା ଚାଟ ଆସିଛି । ଏହାଛଡା ଶୌଭିକ ବହୁ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ପ୍ରମାଣ ଏନସିବି ହାତରେ ଲାଗିବା ପରେ ରିୟା ଚକ୍ରବର୍ତିଙ୍କ ଘରେ ଅପରେସନ ଆରମ୍ଭ ହୋଇଛି ।