କୋଲକାତା ହାଇକୋର୍ଟରେ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣି । ରାୟ ସଂରକ୍ଷିତ ରଖିଲେ କୋର୍ଟ । ମମତାଙ୍କ ଠାରୁ ମାଗିଲେ ଜବାବ

272

କନକ ବ୍ୟୁରୋ: ନନ୍ଦିଗ୍ରାମ ନିର୍ବାଚନ ମାମଲାରେ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି କୋଲକାତା ହାଇକୋର୍ଟ। ନିର୍ବାଚନରେ ହେରଫେର ଅଭିଯୋଗ ଆଣିଥିବା ମମତାଙ୍କୁ ଜବାବ ମାଗିଛନ୍ତି କୋର୍ଟ। ହାଇପ୍ରୋଫାଇଲ ନନ୍ଦିଗ୍ରାମ ଆସନରୁ ମମତା ତାଙ୍କର ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଏହାସହ ମାମଲାର ଶୁଣାଣୀ କରୁଥିବା ବିଚାରପତି କୌଶିକ ଚନ୍ଦ୍ରାଙ୍କୁ ବଦଳାଇବା ପାଇଁ ଆବେଦନ କରିଥିଲେ ମମତା।

କୋଲକାତା ହାଇକୋର୍ଟରେ ନନ୍ଦିଗ୍ରାମ ନିର୍ବାଚନ ମାମଲା। ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ପରାଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣୀ ହୋଇଛି। ଏହାସହ ମମତା ବାନାର୍ଜୀ କରିଥିବା ଅଭିଯୋଗରେ ଜବାଵ ମାଗିଛନ୍ତି କୋର୍ଟ। ନିର୍ବାଚନରେ ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମମତା। ଶୁଣାଣୀ ସମୟରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ହୋଇଥିଲେ। ମମତାଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବି ଯୁକ୍ତିରଖିଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ବିଚାରପତି କୌଶିକ ଚନ୍ଦ୍ରା ରାୟ ସଂରକ୍ଷିତ ରଖିଛନ୍ତି।

ଶୁଣାଣୀ ପୂର୍ବରୁ ମମତା ବାନାର୍ଜୀ, ମାମଲାର ଶୁଣାଣୀ କରୁଥିବା ବିଚାରପତି କୌଶିକ ଚନ୍ଦ୍ରାଙ୍କ ଖଣ୍ଡପୀଠକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲେ। ଏପରିକି କିଛି ଦିନ ପୂର୍ବରୁ ଜଷ୍ଟିସ ଚନ୍ଦ୍ରାଙ୍କ ଫୋଟୋ ଶେୟାର କରି ବିଜେପି ନେତାଙ୍କ ସହ ତାଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ମମତାଙ୍କ ଓକିଲ ଯୁକ୍ତି ରଖି କହିଥିଲେ ଯେ ଶୁଣାଣୀ ବେଳେ ପକ୍ଷପାତ ହେବାର ଆଶଙ୍କା କରୁଛନ୍ତି ମମତା। କୋର୍ଟ ଏହି ମମଲାରେ ରାୟ ସଂରକ୍ଷିତ ରଖିଛନ୍ତି।

ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠୁ ହାଇ ପ୍ରୋଫାଇଲ ଲଢେଇ ହୋଇଥିଲା ନନ୍ଦିଗ୍ରାମରେ। ନନ୍ଦିଗ୍ରାମ ଉପରେ ରହିଥିଲା ସାରା ଦେଶର ନଜର। ଏଠାରେ ନିର୍ବାଚନ ପୂର୍ବରୁ ଯେତିକି ତାପରେ ମଧ୍ୟ ସେମିତି ହିଂସା ଦେଖିବାକୁ ମିଳିଥିଲା। ଏଠାରୁ ନିର୍ବାଚନର କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ମମତାଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ମୁଁହାମୁହିଁ ଲଢେଇ ହୋଇଥିଲା। ଯେଉଁଥିରେ ୧୯୫୬ ଭୋଟରେ ଶୁଭେନ୍ଦୁଙ୍କ ଠାରୁ ପରାଜୟ ହୋଇଥିଲେ ମମତା ବାନାର୍ଜୀ। ଏବଂ ପୁନର୍ବାର ଭୋଟ ଗଣତି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହିଇଥିଲେ। କିନ୍ତୁ ଏଥିପାଇଁ ଅନୁମତି ମିଳିନଥିଲା। ଏହାପରେ ନିର୍ବାଚନରେ ହେରଫେର ହୋଇଥିବା ଅଭିଯୋଗ କରି ହାଇକୋର୍ଟରେ ଆବେଦନ କରିଥିଲେ।