ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସୂଚନା ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ । କରୋନା ଯୋଗୁଁ ବନ୍ଦ ହୋଇଥିଲା ନନ୍ଦନକାନନ ।

217

କନକ ବ୍ୟୁରୋ : ଅକ୍ଟୋବର ୪ ତାରିଖରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । କରୋନା କଟକଣା ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଥିଲା ନନ୍ଦନକାନନ । ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ୪ ତାରିଖରୁ ଖୋଲିବ ବୋଲି କୁହାଯାଇଛି ।

ତେବେ ଏହି ସମୟରେ ମଧ୍ୟ କରୋନା କଟକଣାକୁ ପାଳନ କରାଯିବ । ମାସ୍କ ପିନ୍ଧିନଥିବା କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବନି । ପର୍ଯ୍ୟଟକଙ୍କ ଥର୍ମାଲ ସ୍କାନିଂ କରାଯିବ । ଏହାସହ ଏନକ୍ଲୋଜର ଛୁଇଁବା ପାଇଁ ମଧ୍ୟ ବାରଣ କରାଯାଇଛି । ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ମିଳିବ । ଅଫଲାଇନରେ ଧାଡି କରି ଲୋକମାନେ ଛିଡା ହେବେନି ଜଣକ ପରେ ଜଣେ ଆସି ଟିକେଟ ନେବେ ବୋଲି କୁହାଯାଇଛି ।

କରୋନା ଯୋଗୁଁ ଦୀର୍ଘଦିନ ହେବ ବନ୍ଦ ରହିଥିଲା ନନ୍ଦନକାନନ । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଏହାକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଭିଡକୁ ଏଡାଇବାକୁ ନନ୍ଦନକାନନ କତ୍ତୃପକ୍ଷ ଯୋଜନା କରୁଛନ୍ତି ।