କନକ ବ୍ୟୁରୋ : ଆଜି ସଂଧ୍ୟାରେ ଦିଲ୍ଲୀରେ ବସୁଛି ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଆଜିର ବୈଠକରେ ଓଡ଼ିଶାର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇପାରେ । ଏଥିପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ଓଡ଼ିଶାର କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଆଜି ଚୁଡ଼ାନ୍ତ ହୋଇପାରେ ।

ଓଡ଼ିଶା ସମତେ ୯ରୁ ଅଧିକ ରାଜ୍ୟର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ପଞ୍ଜାବ, ମହାରାଷ୍ଟ୍ର, ହରିୟାଣା ପ୍ରାର୍ଥୀଙ୍କ ନାଁ ଆସିପାରେ । ସେହିପରି ଉତରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାରର ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ଆଜି ବସୁଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସାମିଲ ହେବେ । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଓଡ଼ିଶା ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଆସିବ ବୋଲି କୁହାଯାଇଛି । କାରଣ ଦୁଇଟି ଯାକ ସିଇସି ବୈଠକ ପରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ରହିନଥିଲା ।