ମେକ ଇନ ଓଡିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ: ୨୦୨୯ ସୁଦ୍ଧା ରାଜ୍ୟକୁ ଅଢେଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନା

Advertisment
ମେକ ଇନ ଓଡିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ: ୨୦୨୯ ସୁଦ୍ଧା ରାଜ୍ୟକୁ ଅଢେଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନା

କନକ ବ୍ୟୁରୋ: ମେକ ଇନ ଓଡିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ଯୋଜନା ମାଧ୍ୟମରେ ପୁଞ୍ଜି ଯୋଗାଡ ଲକ୍ଷ୍ୟ । ୨୦୨୯ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଘରୋଇ ପୁଞ୍ଜି ନିବେଶ ଓବଂ ୨ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆଣିବାକୁ ଯୋଜନା ହେଉଛି । ତେବେ ଏଥିପାଇଁ ବଜେଟରେ ୧ ଶହ ୨୦ କୋଟି ଟଙ୍କାର ସହାୟତା ପ୍ରସ୍ତାବ ଘୋଷଣା ହୋଇଛି ।

ସେହିପରି ୨୦୨୭ ଜୁନ ମାସ ସୁଦ୍ଧା ରାଉରକେଲା , ସମ୍ବଲପୁର, ପାରାଦୀପ ଓ ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡରର ବିକାଶ ପାଇଁ ବଜେଟରେ ଶିଳ୍ପ କରିଡର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା ଅଧୀନରେ ୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟରେ ଷ୍ଟାର୍ଟଅପ ମାନେ ନେବେ ନୂଆ ଉଡାଣ । ଗତିଶୀଳ ହେବ ଷ୍ଟାର୍ଟ ଅପ ଓଡିଶା । ଆରମ୍ଭ ହେବ ପ୍ରୋସପର-ଓଡିଶା ଯୋଜନା । ଓଡିଶାରେ ଶିଳ୍ପ ପୁଞ୍ଜର ବିକାଶ ପାଇଁ କାର୍ଯ୍ୟକାରୀ ହେବ ପ୍ରୋସପର-ଓଡିଶା । ଏହାଦ୍ୱାରା ଷ୍ଟାର୍ଟଅପ ଇଣ୍ଡିଆ ଏବଂ ଇନକ୍ୟୁବେସନ ସେଣ୍ଟର ଗୁଡିକ ମାଧ୍ୟମରେ ପ୍ରତିବର୍ଷ ୧ ହଜାର ଉଦ୍ୟୋଗୀଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହି ବଜେଟରେ ଶିଳ୍ପପୁଞ୍ଜର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା ଅଧିନରେ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe