ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ। କେମିତି ଓ କେଉଁ ପରସ୍ଥିତିରେ ଗଲା ଜୀବନ, କାରଣ ଖୋଜିବ କ୍ରାଇମବ୍ରାଞ୍ଚ ।

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ। କେମିତି ଓ କେଉଁ ପରସ୍ଥିତିରେ ଗଲା ଜୀବନ, କାରଣ ଖୋଜିବ କ୍ରାଇମବ୍ରାଞ୍ଚ ।

କନକ ବ୍ୟୁରୋ: ଦୁଇ ଜଣ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ। କେମିତି ଓ କେଉଁ ପରିସ୍ଥିତିରେ ଦୁଇ ଜଣଙ୍କର ମୃତ୍ୟୁ ହେଲା ନାଁ ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ମାତ୍ର ୪୮ଘଣ୍ଟା ଭିତରେ ରାୟଗଡାର ହୋଟୋଲରେ ଦୁଇ ୠଷୀୟ ପର୍ୟ୍ୟଟକଙ୍କ ମୃତ୍ୟୁ ସନ୍ଦେହକୁ ବଢ଼ାଇ ଦେଇଛି । ବିଶେଷ କରି ମୃତକଙ୍କ ମଧ୍ୟରେ ଜଣେ ଋଷିଆର ସାଂସଦ ଥିବା ଜଣାପଡିବା ପରେ ସନ୍ଦେହ ଆହୁରି ବଢ଼ିଯାଇଛି । ତେବେ ମୃତକ ଦୁଇ ଜଣ ବିଦେଶୀ ହୋଇଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି ସୁନୀଲ ବଂଶଲ । ସେ କହିଛନ୍ତି, ଦୁଇ ଦିନ ବ୍ୟବଧାନରେ ଦୁଇ ଜଣଙ୍କ ମୃତ୍ୟୁ ସନ୍ଦେହ ବଢ଼ାଇଛି । ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୋଷ୍ଟମର୍ଟମ ରିପୋର୍ଟ ଓ ପାସପୋର୍ଟକୁ ନେଇ ଛାନଭିନ ଜାରି ରହିଛି । ଋଷୀୟ ପର୍ୟ୍ୟଟକଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, କ୍ରାଇମବ୍ରାଞ୍ଚ ତଦନ୍ତ କରିବ ।

ରାୟଗଡାର ଯେଉଁ ହୋଟେଲରେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ସେଠାରେ ପହଁଞ୍ଚି ଛାନଭିନ୍ କରିଛନ୍ତି, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ମାମଲା ଅତି ସମ୍ବେଦନଶୀଳ ହୋଇଥିବାରୁ ସତ ଯେମିତି ପଦାକୁ ଆସିବ ତା ଉପରେ ଗୁରୁତ୍ୱ ଦେଇ ତଦନ୍ତକୁ ଆଗକୁ ବଢ଼ାଇଛନ୍ତି । ତେବେ ପୂରା ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ଡିଆଇଜି କହିଛନ୍ତି ।

ଦୁଇ ପର୍ୟ୍ୟଟକଙ୍କ ମୃତ୍ୟୁକୁ ନେଇ ଓଡିଶା ପୋଲିସ ଛାନଭିନ ଜାରି ରଖିଥିବାବେଳେ ଅନ୍ୟ ଦୁଇ ଋଷୀୟ ପର୍ୟ୍ୟଟକ ହୋଟେଲ ଛାଡିଛନ୍ତି । ତୁରୋଭ ମିଖାଇଲ ଓ ତାଙ୍କ ପତ୍ନୀ ପାନସେନକୋ ମାତାଲିଆଙ୍କୁ ପୋଲିସ ଛାଡିଦେଇଛି । ପୋଲିସ ଜେରା କରିବା ପରେ ଉଭୟଙ୍କୁ ଛାଡି ଦେଇଥିବା କୁହାଯାଉଛି । ମୃତ୍ୟୁ ହୋଇଥିବା ଦୁଇ ଋଷୀୟଙ୍କ ମଧ୍ୟରୁ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଅନ୍ୟ ଜଣେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି । କିନ୍ତୁ ସାଂସଦ ପାଭେଲ କିଛି ଦିନ ତଳେ ପୁଟିନଙ୍କୁ ସମାଲୋଚନା କରିଥିବାରୁ ଓ ଏବେ ସେ ଓଡିଶା ବୁଲିବାକୁ ଆସିଥିବାବେଳେ ଅଚାନକ ତାଙ୍କର ମୃତ୍ୟୁ ହେବା ମାମଲାକୁ ଗୋଳମାଳିଆ କରିଦେଇଛି । କାରଣ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଯେଉଁମାନେ ସ୍ୱର ଉଠାନ୍ତି ସେମାନଙ୍କୁ ଅତି ଚତୁରତାର ସହିତ ସେ ଶେଷ କରିଦେଇଥାନ୍ତି । ଯାହା ସନ୍ଦେହକୁ ବଢ଼ାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe