ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭିତରେ ରହସ୍ୟ ବଢ଼ୁଛି : ତଦନ୍ତ ପରିସରକୁ ଆସିଛି ଆଉ ଏକ ନୂଆ ପ୍ରସଙ୍ଗ, ଡ୍ରଗ୍ସ; ଖୋଳତାଡ଼ ଆରମ୍ଭ କଲା ନାର୍କୋଟିକ୍ସ ବିଭାଗ, ସେପଟେ ଜେରା ଜାରି ରଖିଛି ସିବିଆଇ

344

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଖିଅ ମାମଲାକୁ ନୂଆ ମୋଡ଼ ଦେବାରେ ଲାଗିଛି । ଏବେ ଏହି ମାମଲାକୁ ଆସିଛି ଏକ ନୂଆ ପ୍ରସଙ୍ଗ, ଡ୍ରଗ୍ସ । ଏହାସହ ତଦନ୍ତ ପାଇଁ ଆଗେଇ ଆସିଛି ନାର୍କୋଟିକ୍ସ ବିଭାଗ । ସନ୍ଦେହ ଘେରକୁ ଆସିଥିବା ଡ୍ରଗ୍ସ ନେଇ ଖୋଳତାଡ଼ କରିବ ନାର୍କୋଟିକ୍ସ ବିଭାଗ । ଏବେ ଏକା ସାଙ୍ଗରେ ସିବିଆଇ, ଇଡି ଓ ନାର୍କୋଟିକ୍ସ ୩ଟି ସଂସ୍ଥା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛି ।