ପୁନମ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ । ସର୍ଭାଇକାଲ କ୍ୟାନସରରେ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଫ୍ୟାନ୍ ।

330

କନକ ବ୍ୟୁରୋ: ଜଣାଶୁଣା ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ବଲିଉଡ୍ ଇଣ୍ଡଷ୍ଟ୍ରୀକୁ ସ୍ତବ୍ଧ କରିଦେଇଛି । ଶୁକ୍ରବାର ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ପୋଷ୍ଟ ସେୟାର କରାଯାଇଥିଲା, ଯେଉଁଥିରେ ସର୍ଭାଇକାଲ କ୍ୟାନସର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ପରିବାର କିମ୍ବା ତାଙ୍କ ଭଉଣୀଙ୍କ ପକ୍ଷରୁ ପୁନମଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଆଉ ବଡ଼ କଥା ହେଉଛି, ପୁନମଙ୍କ ମୃତ୍ୟୁ ସମୟର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କିମ୍ବା ସେୟାର ହୋଇନାହିଁ । ଯାହାକୁ ନେଇ ପୁନମଙ୍କ ମୃତ୍ୟୁ ଏକ ମିଷ୍ଟ୍ରୀ ବନିଯାଇଛି ।

ପୁନମଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ତାଙ୍କ ପରିବାର ଲୋକଙ୍କ ଫୋନ୍ ବନ୍ଦ ରହିଛି । ତେଣୁ ବାସ୍ତବରେ କ’ଣ ଘଟିଛି ଏବଂ କ’ଣ ମାମଲା ରହିଛି, ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ପ୍ରଶ୍ନ ଉଠୁଛି, ସର୍ଭାଇକାଲ କ୍ୟାନସରରେ ଆକ୍ରାନ୍ତ ହୋଇଥିବା କଥା ପୁନମ କେମିତି ଜାଣିପାରିଲେ ନାହିଁ । ଜଣେ ମଡେଲ ଓ ଅଭିନେତ୍ରୀ ଦୁଇ-ତିନି ତଳେ ଗଣମାଧ୍ୟମ ଆଗକୁ ଆସୁଥିାଲ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ଏମିତିକି ୪ ଦିନ ତଳେ ପୁନମ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ବର୍ଡିଗାର୍ଡଙ୍କ ଉପସ୍ଥିତିରେ ଏକ ଇଭେଂଟରେ ଯୋଗ ଦେଇଥିଲେ । ଏହାବ୍ୟତୀତ ଏକ ଇଭେଂଟରେ ସେ ସବୁ ଭଲ ଥିବା ମଧ୍ୟ କହିଥିଲେ । ତେଣୁ ଏଥିରୁ ଲାଗୁଥିଲା ଯେପରି ପୁନମଙ୍କ ଲାଇଫଷ୍ଟାଇଲ ଠିକଠାକ୍ ଚାଲିଛି । ତେବେ ହଠାତ୍ ପୁନମଙ୍କୁ ସର୍ଭାଇକାଲ କ୍ୟାନସର ହେବ ଏବଂ ଦୁନିଆକୁ ଅଲବିଦା କହିବା, ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୋଟାମୋଟି କହିବାକୁ ଗଲେ, ପୁନମଙ୍କ ମୃତ୍ୟୁ ବଡ଼ ମିଷ୍ଟ୍ରୀ ହୋଇଯାଇଛି ।